ଓଡ଼ିଶାଲାଇଭ ବ୍ୟୁରୋ

ସମସ୍ତ ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ ପଛୁଆ ବର୍ଗ/ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨୦୧୯-୨୦ ଶିକ୍ଷା ବର୍ଷଠାରୁ ପ୍ରେରଣା ଛାତ୍ରବୃତ୍ତି ଆବେଦନ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ରାଜ୍ୟସରକାର ମଧ୍ୟ ୨୬.୦୬.୨୦୧୯ରେ ଏସ.ଏସ.ଡି ଜାରି କରିଛନ୍ତି।

ମାଟ୍ରିକ ପୂର୍ବ ଓ ପର ଛାତ୍ରବୃତ୍ତି ନିମନ୍ତେ ସମସ୍ତଯୋଗ୍ୟ ଛାତ୍ରଛାତ୍ରୀ ମାନେ ନୂତନ ଦରଖାସ୍ତ କିମ୍ଵା ନବୀକରଣ(ରିନୁଆଲ) ସମୟରେ ଆଧାର ନମ୍ଵର ପ୍ରଦାନ କରିପାରିବେ ନଚେତ ପ୍ରେରଣା ପୋର୍ଟାଲ ମାଧ୍ୟମରେ ଆଧାର ନମ୍ଵର ଯୋଡ଼ି ପାରିବେ।

ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ନମ୍ଵର ନାହିଁ କିମ୍ଵା ପଞ୍ଜିକୃତ ହୋଇନାହିଁ ସେମାନେ ୩୧.୦୭.୨୦୧୯ ସୁଦ୍ଧା ଯେକୌଣସି ଆଧାର ପଞ୍ଜିକରଣ କେନ୍ଦ୍ରରେ ନିଜ ଆଧାର ନମ୍ଵର ପଞ୍ଜିକୃତ କରିବେ। ଯଦି ଦରଖାସ୍ତ ଦାଖଲ ସମୟରେ ଆଧାର ମିଳିନଥିବ, ତେବେ ଦରଖାସ୍ତକାରୀ  ଆଧାର ପଞ୍ଜିକରଣ ଚିଠା ସହିତ ନିମ୍ନ ଲିଖିତ ଯେକୌଣସି ଫଟୋ ପରିଚୟ ପତ୍ର ପ୍ରଦାନ କରିପାରିବେ।

  • ଭୋଟ ପରିଚୟ ପତ୍ର
  • ରାସନ କାର୍ଡ
  • ଡ୍ରାଇଭିଂ ଲାଇସେନ୍ସ
  • ଗେଜେଟେଡ ଅଫିସରଙ୍କ ଦସ୍ତଖତ ଥିବା ପ୍ରମାଣ ପତ୍ର
  • ପ୍ୟାନ କାର୍ଡ

Comment