ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧାରକାର୍ଡଧାରୀମାନେ ସାବଧାନ ହୋଇଯାନ୍ତୁ ନଚେତ୍ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।

ଯଦି ଆପଣ ଆପଣଙ୍କର ଆଧାରକାର୍ଡର ସୁରକ୍ଷା ପାଇଁ ତାକୁ ଲାମିନେଶନ୍ କିମ୍ବା ପ୍ଲାଷ୍ଟିକ କାର୍ଡ କରିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।

ଆଧାର କାର୍ଡକୁ ଲାମିନେଶନ୍ କିମ୍ବା ପ୍ଲାଷ୍ଟିକ କାର୍ଡ ଭାବେ ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା କ୍ୟୁଆର କ୍ଷତିଗ୍ରସ୍ତ ହୋଇପାରେ। ଏହାବ୍ୟତୀତ ସମ୍ବନ୍ଧିତ ବ୍ୟକ୍ତିଙ୍କର ଅଜଣାତରେ ବି ତାଙ୍କର ବ୍ୟକ୍ତିଗତ ସୂଚନା ଲିକ୍ ହୋଇଯାଇପାରେ। ଏଭଳି ସତର୍କ ସୂଚନା ଦେଇଛନ୍ତି ୟୁଆଇଡିଏଆଇ।

ଆଧାର ଲେଟର, ସାଧାରଣ କାଗଜରେ କରାଯାଇଥିବା ଡାଉନଲୋଡ କିମ୍ବା ଏମ-ଆଧାର ସମ୍ପୂର୍ଣ୍ଣ ରୂପେ ବୈଧ ଅଟେ ବୋଲି ୟୁଆଇଡିଏଆଇ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଆଧାର କାର୍ଡକୁ ସୁରକ୍ଷିତ ରଖିବା ପାଇଁ ସାଧାରଣତଃ ଲୋକେ ତାକୁ ଲାମିନେସନ କିମ୍ବା ତାକୁ ପ୍ଲାଷ୍ଟିକ କାର୍ଡ ଭଳି ବ୍ୟବହାର କରିଥାନ୍ତି। ଏହାକୁ କରିବା ପାଇଁ ୫୦ ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଆଧାର ଡାଟା ଲିକ୍ ହେବା ଭଳି ଅଭିଯୋଗକୁ ଆଧାର କରି ୟୁଆଇଡିଏଆଇ ଜନତାଙ୍କୁ ସଚେତନ କରିବା ସହିତ ହିଁ ଆଧାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଆଧାର କାର୍ଡକୁ ଭୁଲ୍ ଭାବେ ପ୍ରିଣ୍ଟିଂ କରିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏହାବ୍ୟତୀତ ବ୍ୟକ୍ତିଗତ ସୂଚନାଗୁଡିକ ମଧ୍ୟ ଅଜଣା ଲୋକଙ୍କ ହାତରେ ଲାଗିବାର ଯଥେଷ୍ଟ ସମ୍ଭାବନା ରହିପାରେ ବୋଲି ୟୁଆଇଡିଏଆଇ ପକ୍ଷରୁ ସତର୍କ କରାଯାଇଛି।

 

Comment