ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୧ ମାର୍ଚ୍ଚ ସୁଦ୍ଧା ଯଦି ଆପଣଙ୍କର ମୋବାଇଲ ନମ୍ବର, ଗ୍ୟାସ କନେକସନ୍, ବ୍ୟାଙ୍କ୍ ଆକାଉଣ୍ଟ, ପ୍ୟାନ୍‌ କାର୍ଡ ସହିତ ଆଧାର ସହିତ ଲିଙ୍କ୍ ହୋଇନଥିବ ତେବେ ଆପଣଙ୍କର ସେବା ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଯିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ସମୟରେ ଆଧାର ନା ହିଁ କେବଳ ଜଣେ ବ୍ୟକ୍ତି ପାଇଁ ପରିଚୟ ପତ୍ର ପାଲଟିଛି ବରଂ ସୋସିଆଲ ସିକ୍ୟୁରିଟି ସ୍କିମମାନଙ୍କର ଲାଭ ଉଠାଇବା ପାଇଁ ବି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। କେନ୍ଦ୍ରସରକାରଙ୍କ ଦ୍ୱାରା ଚଳିତବର୍ଷ ଆରମ୍ଭରେ ଘୋଷଣା କରାଯାଇଥିଲା କି ଗ୍ରାହକମାନେ ନିଜ ନିଜର ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବାକୁ। ଖାଲି ସେତିକି ନୁହେଁ ଏଥିପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ୬ ଫେବୃଆରୀ ୨୦୧୮ ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ୩୧ ମାର୍ଚ୍ଚ ୨୦୧୮ଯାଏଁ ବଢାଇଦିଆଯାଇଛି।

ଆପଣମାନଙ୍କ ମଧ୍ୟରୁ ଏମିତି ବି ଅନେକ ଲୋକ ରହିଛନ୍ତି ଯେଉଁମାନେ କି ଏଯାବତ୍ ନିଜର ମୋବାଇଲ ନମ୍ବର, ଗ୍ୟାସ କନେକସନ୍, ବ୍ୟାଙ୍କ୍ ଆକାଉଣ୍ଟ, ପ୍ୟାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍ କରିନାହାଁନ୍ତି ତେବେ ଅଚଳ ହୋଇଯିବ ଆପଣଙ୍କ ସେବା।

ଆଧାର ଲିଙ୍କ୍ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହିସବୁ ଉପାୟ

ପ୍ୟାନ୍ କାର୍ଡ

ପ୍ୟାନ୍‌ କାର୍ଡକୁ ଯଦି ଆଧାର ସହ ଲିଙ୍କ୍ କରାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ମୋବାଇଲର ମେସେଜ୍ ବକ୍ସକୁ ଯାଇ ବଡ଼ ଅକ୍ଷରରେ ୟୁଆଇଡିପିଏଏନ୍ ଲେଖି ୫୬୭୬୭୮ କିମ୍ବା ୫୬୧୬୧କୁ ପଠାନ୍ତୁ।

ବ୍ୟାଙ୍କ୍ ଆକାଉଣ୍ଟ୍

ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର ଲିଙ୍କ୍ କରିବାକୁ ଚାହୁଁଥିଲେ। ଆପଣଙ୍କୁ ୟୁଡିଆଇ ସ୍ପେସ୍ ଆଧାରକାର୍ଡ ନମ୍ବର ସ୍ପେସ୍ ଆକାଉଣ୍ଟ ନମ୍ବର ଲେଖି ୫୬୭୬୭୬ ନମ୍ବରକୁ ମେସେଜ୍‌ କରିବାକୁ ପଡିବ। ଆପଣ ରେଜିଷ୍ଟର ମୋବାଇଲ୍ (ବ୍ୟାଙ୍କରେ ଦିଆଯାଇଥିବା ମୋବାଇଲ ନମ୍ବର) ନମ୍ବରରୁ ଏହା ପଠାଇବେ। ତେବେ ମେସେଜ୍ ଗଲା ପରେ ଏକ ଆଧାରକାର୍ଡ ଲିଙ୍କ୍ ହୋଇଗଲା ବୋଲି ଏକ ମେସେଜ୍ ମଧ୍ୟ ଆସିବ।

ଭୋଟର ଆଇଡି କାର୍ଡ

ଆଧାର କାର୍ଡ ଭୋଟର ଆଇଡି କାର୍ଡ ସହ ଲିଙ୍କ୍ କରିବାକୁ ହେଲେ ମାତ୍ର ଗୋଟିଏ ଏସଏମଏସରେ ଏହା କରିପାରିବେ। ପ୍ରଥମେ ମେସେଜ୍ ବକ୍ସକୁ ଯାଇ ଇସିଆଇଏଲଆଇଏନକେ ସ୍ପେସ୍ ଭୋଟର ଆଡି ଏପିକନଂ ସ୍ପେସ୍ ଆଧାର କାର୍ଡ ନଂ ଲେଖି ୧୬୬ କିମ୍ବା ୫୧୯୬୯କୁ ମେସେଜ୍ ପଠାଇପାରିବେ। ୧୯୫୦କୁ ଟୋଲ୍‌ ଫ୍ରି ଫୋନ୍ କରି ଆଧାର ଲିଙ୍କ୍ ମଧ୍ୟ କରିପାରିବେ।

ମୋବାଇଲ ନମ୍ବର

ଏହି ପ୍ରକ୍ରିୟା ଆପଣଙ୍କୁ ଅଫଲାଇନରେ ହିଁ କରିବାକୁ ପଡିବ । ଅଧିକ ଅନଲାଇନ ଟ୍ରାଞ୍ଜାକସନ ଓଟିପି ଅଥନ୍ଟେିକେଟେଡ ହୋଇଥାଏ । ଏଥିରେ ଆପଣଙ୍କୁ ରେଜିଷ୍ଟର୍ଡ ନମ୍ବରରେ ପାସୱାର୍ଡ ପଠାଯାଇଥାଏ । ଯଦି ଆପଣ ଆପଣଙ୍କର ମୋବାଇଲ ନମ୍ବର ପ୍ରଥମ ଥର ଆଧାର ସହ ଲିଙ୍କ କରୁଛନ୍ତି ତେବେ ଏହା ଅନଲାଇନରେ ଅସମ୍ଭବ। ଆପଣଙ୍କୁ ଏଥିପାଇଁ ଅଫଲାଇନରେ ହିଁ ନିଜର ଟେଲିକମ ଅପରେଟରଙ୍କ ନିକଟକୁ ଯାଇ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ହେବ।

Comment