ଓଡ଼ିଶାଲାଇଭ୍ ବ୍ୟୁରୋ

ଆଧାରକାର୍ଡକୁ ନେଇ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। କେତେବେଳେ ଆଧାରକାର୍ଡରେ ନାଁ ଭୁଲ ଥାଏ ତ ଆଉ କେତେବେଳେ ଠିକଣା ଭୁଲକୁ ନେଇ ଲୋକମାନେ ବ୍ୟସ୍ତ ହୋଇପଡ଼ିଥା’ନ୍ତି।

ତେବେ ଆଧାରକାର୍ଡରେ ଆପଣ ନିଜର ସମସ୍ତ ତଥ୍ୟକୁ ବଦଳାଇପାରିବେ। କେତେକ ତଥ୍ୟ ପରିବର୍ତ୍ତନ ପାଇଁ ଆପଣଙ୍କୁ ନିର୍ଦ୍ଦିଷ୍ଟ କାଗଜପତ୍ରର ଆବଶ୍ୟକ ଥିଲାବେଳେ ଅନ୍ୟ କେତେକ ତଥ୍ୟ ପରିବର୍ତ୍ତନ ପାଇଁ କୌଣସି ପ୍ରକାର କାଗଜପତ୍ରର ଆବଶ୍ୟକ ପଡ଼ିନଥାଏ।

କେଉଁ ଅପଡେଟ୍ ପାଇଁ ଆବଶ୍ୟକ ପଡ଼େନି କାଗଜପତ୍ର?

ଏହାସହ ଆଧାରକାର୍ଡରେ ଯଦି ଆପଣ ନିଜର ଫଟୋ, ଫିଙ୍ଗରପ୍ରିଣ୍ଟ୍, ଲିଙ୍ଗ, ମୋବାଇଲ୍ ନମ୍ବର ଆଦି ବଦଳାଇବାକୁ ଚାହିଁବେ ତେବେ ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର କାଗଜପତ୍ର ଦେବାକୁ ପଡ଼ିବନାହିଁ। ଆପଣ ନିକଟସ୍ଥ କୌଣସି ଆଧାରକାର୍ଡ ସଂଶୋଧନ କେନ୍ଦ୍ରକୁ ଯାଇ ଏହାକୁ ପରିବର୍ତ୍ତନ କରିପାରିବେ।

କେଉଁ ଅପଡେଟ୍ ପାଇଁ ଆବଶ୍ୟକ ପଡ଼ିବ କାଗଜପତ୍ର?

ଯଦି ଆପଣ ଆଧାରକାର୍ଡରେ ନିଜର ନାଁ, ଠିକଣା କିମ୍ବା ଜନ୍ମତାରିଖ ବଦଳାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ନିର୍ଦ୍ଧାରିତ କାଗଜପତ୍ର ଦେବାକୁ ପଡ଼ବ। ନିର୍ଦ୍ଧାରିତ କାଗଜପତ୍ର ବିନା ଆପଣ ଆଧାରକାର୍ଡରେ ଏସବୁକୁ ବଦଳାଇପାରିବେ ନାହିଁ।

Comment