ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି
ଇଞ୍ଜିନିୟରଙ୍କୁ ବସ୍ ଉଠ୍ କରିବା ଘଟଣାରେ ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଶୁଣାଣି ହେବ। ତାଙ୍କୁ ଭୁବନେଶ୍ୱର ଏଡିଜେ କୋର୍ଟରେ ହାଜର କରାଯିବ। ଗତ ୨୪ ତାରିଖରେ ପାଟଣାଗଡ଼ ପୋଲିସ ବିଧାୟକଙ୍କୁ ଗିରଫ କରି ବଲାଙ୍ଗିର ଏଡିଜେ କୋର୍ଟରେ ହାଜର କରିଥିଲା। ବିଧାୟକଙ୍କ ଓକିଲ ଜାମିନ ଆବେଦନ କରିଥିଲେ।
ବେସ୍ କ୍ୟାମ୍ପରୁ ବାବା ଅମରନାଥଙ୍କ ଦର୍ଶନ ପାଇଁ ବାହାରିଲେ ଶ୍ରଦ୍ଧାଳୁ
ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଗତକାଲିଠୁ ବାହାରିଥିବା ପ୍ରଥମ ପର୍ଯ୍ୟାୟ ପର୍ଯ୍ୟଟକ ଦଳ ପହଲଗାମ ଓ ସୋନମାର୍ଗ ବେସ୍ କ୍ୟାମ୍ପରୁ ଅମରନାଥ ଅଭିମୁଖେ ବାହାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭକ୍ତଙ୍କ ମଧ୍ୟରେ ୧,୮୩୯ ପୁରୁଷ, ୩୩୩ ମହିଳା, ୪୫ ସାଧୁ ସାମିଲ ଅଛନ୍ତି।
ବିଧାନସଭା ଆରମ୍ଭରୁ କଂଗ୍ରେସର ହଙ୍ଗାମା, ଘଣ୍ଟାଏ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି
ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗକୁ କଂଗ୍ରେସ ବିଧାୟକ ଆସି ହାଙ୍ଗାମା କରିଥିଲେ। କୃଷି ଓ କୃଷକ ସମସ୍ୟା ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସଭ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ।



















