ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗକୁ କଂଗ୍ରେସ ବିଧାୟକ ଆସି ହାଙ୍ଗାମା କରିଥିଲେ। କୃଷି ଓ କୃଷକ ସମସ୍ୟା ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସଭ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ।

କଂଗ୍ରେସ ବିଧାୟକ ଗୃହର ମଧ୍ୟଭାଗକୁ ଯାଇ ବାଚସ୍ପତିଙ୍କ ମାଇକ୍ ତାର ଟାଣିବା ସହ ପୋଡିୟମ ନିକଟରେ ନାରାବାଜୀ କରିଥିଲେ। ଏହି ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ସାଢ଼େ ୧୧ଯାଏଁ ମୁଲତବୀ ରଖିଛନ୍ତି।

Comment