ଓଡ଼ିଶାଲାଇଭ ବ୍ୟୁରୋ

ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଗତକାଲିଠୁ ବାହାରିଥିବା ପ୍ରଥମ ପର୍ଯ୍ୟାୟ ପର୍ଯ୍ୟଟକ ଦଳ  ପହଲଗାମ ଓ ସୋନମାର୍ଗ ବେସ୍ କ୍ୟାମ୍ପରୁ ଅମରନାଥ ଅଭିମୁଖେ ବାହାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭକ୍ତଙ୍କ ମଧ୍ୟରେ  ୧,୮୩୯ ପୁରୁଷ, ୩୩୩ ମହିଳା, ୪୫ ସାଧୁ ସାମିଲ ଅଛନ୍ତି।

ଆଜିଠୁ ବାହାରିଥିବା ଶ୍ରଦ୍ଧାଳୁ ୧୪ କିଲୋମିଟର ରାସ୍ତା ଚାଲି ଚାଲି ଯିବା ପରେ ୩୮୮୦ ମିଟର ଉଚ୍ଚରେ ଥିବା ଗୁମ୍ଫାରେ ବାବା ଅମରନାଥଙ୍କ  ଦର୍ଶନ କରିବେ।

ଏଥିପାଇଁ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପର୍ଯ୍ୟଟକଙ୍କ ଗାଡ଼ି ସମେତ ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ ବନ୍ଦୋବସ୍ତକୁ ବଢ଼ାଇ ଦିଆଯାଇଛି।

ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ପାଇଁ ୪୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଚଳିତ ଥର ପ୍ରାୟ ଦେଢ଼ ଲକ୍ଷ ଭକ୍ତ ବାବା ଅମରନାଥଙ୍କ ଦର୍ଶନ କରିବେ।

୪୬ ଦିନିଆ ଏହି ଯତ୍ରା ଜୁଲାଇ ପହିଲାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ରେ ସମ୍ପନ୍ନ ହେବ। ଗତ ବର୍ଷ ଯାତ୍ରା ଅବଧି ୬୦ ଦିନ ଥିଲା।

Comment