ଓଡ଼ିଶାଲାଇଭ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଜୁଲାଇ ୮ ତାରିଖରେ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଜି ବୋର୍ଡ ଓ୍ଵେବସାଇଟ www.bseodisha.ac.in ରେ ଆର୍ଡମିଟ କାର୍ଡ ଉପଲବ୍ଧ ହେଉଛି।
ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଦେଉଥିବା ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା କେନ୍ଦ୍ର ସଂପର୍କରେ ଓ୍ଵେବସାଇଟରୁ ଜାଣିପାରିବେ। ସପ୍ଲିମେଣ୍ଟାରି ପିଲାଙ୍କ ଆଡମିଟ କାର୍ଡ ଜୁଲାଇ ୨ତାରିଖରୁ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପିଲାଙ୍କ ଆଡମିଟ କାର୍ଡ ଜୁଲାଇ ୩ତାରିଖରେ ଓ୍ଵେବସାଇଟରେ ଉପଲବ୍ଧ ହେବ।

ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୨୭,୬୧୬ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ଏହି ପରୀକ୍ଷା ୧୨୨ଟି କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ବେଳେ ପରୀକ୍ଷା ଜୁଲାଇ ୧୫ ସକାଳ ୯ଟାରୁ ୧୧.୩୦ ଯାଏଁ ହେବ।
ସେହିପରି ମୁକ୍ତ ରାଜ୍ୟ ବିଦ୍ୟାଳୟର ୯୦୩୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ୫୫ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଜୁଲାଇ ୮ରୁ ଜୁଲାଇ ୧୬ ପଯ୍ୟନ୍ତ ଚାଲିବ।

















