ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପରେ ୪୦ ତମ ମ୍ୟାଚ୍‌ରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଲଣ୍ଡନର ବର୍ମିଂହାମଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ମଜବୁତ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୩୦ ଓଭରରେ ୯ ୱିକେଟ୍‌ ହରାଇ ୩୨୪ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ବାଂଲା ଟିମ୍‌ ଆଗରେ ୩୧୫ ରନ୍‌ର ବିଜୟଲକ୍ଷ୍ୟ।

ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଜବରଦସ୍ତ ଓପନିଂରେ ଭାରତ ଏକ ବଡ଼ ସ୍କୋର ଦିଗରେ ଗତି କରୁଥିଲା। ତେବେ ରୋହିତ ଶତକ ମାରି ଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆର ପତ୍ତନ ଘଟିଥିଲା।

ଦଳ ପକ୍ଷରୁ ରୋହିତ ଶର୍ମା(୧୦୪), ଲୋକେଶ ରାହୁଲ (୭୭), ବିରାଟ କୋହଲି(୨୬), ରିଷଭ ପନ୍ତ(୪୮), ଏମ୍‌ଏସ୍‌ ଧୋନି(୩୫)ଙ୍କ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ୩୧୪ ରନ୍‌ ସଂଗ୍ରହ କରିପାରିଛି।

ଅନ୍ୟପକ୍ଷରେ ବାଂଲାଦେଶ ପକ୍ଷରୁ ଭଲ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମୁସ୍ତାଫିଜୁର ରେହମାନ ଚମତ୍କାର ବୋଲିଂ କରି ୫ଟି ୱିକେଟ୍‌ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ୩୧୫ ରନ୍‌ର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛନ୍ତି ବାଂଲା ଟିମ୍‌।

Comment