ଓଡିଶାଲାଇଭ୍ ବ୍ୟୁରୋ

ଅନେକ ପ୍ରକାର ରୋଗ ଓ ସଂକ୍ରମଣକୁ ସୋୟାବିନ୍ ଦୂର କରେ। ଏହା ପ୍ରୋଟିନ୍, ଭିଟାମିନ୍ ବି କଂପ୍ଲେକ୍ସ ଏବଂ ଭିଟାମିନ୍ ଏର ଏକ ଭଲ ସ୍ରୋତ। ଏହାକୁ ନିୟମିତ ଭାବେ ଖାଇଲେ କି ଉପକାର ମିଳିବ ଜାଣନ୍ତୁ।

-ସୋୟାବିନ୍‌ରେ ପ୍ରୋଟିନ୍ ବ୍ୟତୀତ ଫାଇବର, ମିନେରାଲ୍ସ, ଫାଇଟୋଆଷ୍ଟ୍ରୋଜେନ୍ସ ଭରପୁର ମାତ୍ରାରେ ଥାଏ। ଏହାଛଡ଼ା ସାଚ୍ୟୁରେଟେଡ୍ ଫ୍ୟାଟ୍‌ର ମାତ୍ରା ବି କମ୍ ଥାଏ। କେବଳ ସେତିକି ନୁହେଁ, ଆଇରନ୍, ମାଙ୍ଗାନିଜ, ଫସଫରସ, କପର ଓ ଜିଙ୍କର ଏହା ଭରପୁର। ସୋୟାବିନ୍‌ର ସବୁଠୁ ବଡ଼ ଉପକାରିତା ହେଉଛି ଏଥିରେ କୋଲେଷ୍ଟେରଲ୍ ନଥାଏ।

– ସୋୟାବିନ୍‌ରେ ଫାଇବର ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥିବାରୁ ଉଭୟ ଓଜନ ବଢ଼ାଇବାକୁ ଚାହୁଁଥିବା ଏବଂ ଓଜନ କମାଇବାକୁ ଚାହୁଁଥିବା ଲୋକମାନେ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିପାରିବେ। ତେବେ ଏହାକୁ କେତେ ପରିମାଣରେ ଖାଇବେ ସେ ସଂପର୍କରେ ଡାଇଟିସିଆନ ସହ ପରାମର୍ଶ କରନ୍ତୁ।

-ହୃଦରୋଗ ଓ ମଧୁମେହର ଆଶଙ୍କାକୁ ଏହା କମାଇଥାଏ। ଏଥିରେ ଥିବା ଅନସାଚ୍ୟୁରେଟେଡ୍ ଫ୍ୟାଟ୍ସ ଖରାପ କୋଲେଷ୍ଟେରଲ୍‌ର ମାତ୍ରାକୁ କମ୍ କରେ। ଏହାଯୋଗୁଁ ହୃଦରୋଗର ଆଶଙ୍କା କମିଥାଏ।

-ନିୟମିତ ଭାବେ ସୋୟାବିନ୍ ଖାଇଲେ ଅନେକ ପ୍ରକାର କର୍କଟ ରୋଗରୁ ରକ୍ଷା ମିଳେ। ଆମେରିକାର କ୍ୟାନସର ଗବେଷଣା କେନ୍ଦ୍ର ଅନୁସାରେ ଏଥିରେ ଥିବା ଫାଇବର କଲୋନ୍ କ୍ୟାନସରର ଆଶଙ୍କାକୁ କମ୍ କରେ।

-ମହିଳାମାନେ ଅଧିକାଂଶ ସମୟରେ ଗଣ୍ଠି ଦରଜ, ଗଣ୍ଠିବିନ୍ଧା ପ୍ରଭୃତିର ଶିକାର ହୋଇଥାନ୍ତି । ତେଣୁ ସେମାନଙ୍କ ପାଇଁ ସୋୟାବିନ୍ ଖାଇବା ବହୁତ ଆବଶ୍ୟକ। ଏଥିରେ କ୍ୟାଲସିୟମ୍ ଏବଂ ଲୌହ ରହିଥିବାରୁ ହାଡ଼କୁ ମଜଭୁତ କରିବାରେ ଏହା ସହାୟକ ହୁଏ।

-ଗର୍ଭବତୀ ମହିଳାମାନେ ଏହା ଖାଇବା ନିତ୍ୟାନ୍ତ ଆବଶ୍ୟକ। କାରଣ ଏହା ପିଲାର ଜନ୍ମଗତ ତ୍ରୁଟିକୁ ଦୂର କରେ। କେବଳ ସେତିକି ନୁହେଁ, ଶିଶୁର ମାନସିକ ବିକାଶରେ ସହାୟକ ହୁଏ।

Comment