ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ୱକପ୍ର ୪୪ତମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବିରାଟ ବିଜୟ। ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକୀୟ ଇନିଂସ ବଳରେ ଟିମ୍ ଇଣ୍ଡିଆ ଏହି ବିଜୟ ହାସଲ କରିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୬୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ଶ୍ରୀଲଙ୍କାକୁ ପରାସ୍ତ କରିଛି।
ଆଜି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୯୨ ବଲ୍ରେ ଜବରଦସ୍ତ ଶତକ ମାରି ରେକର୍ଡ କରିଛନ୍ତି। ବିଶ୍ୱକପ୍ରେ ପଞ୍ଚମ ଶତକ ମାରିବାରେ ରୋହିତ ହୋଇଛନ୍ତି ପ୍ରଥମ ଖେଳାଳି। ସେହିପରି ଲୋକେଶ ରାହୁଲ ମଧ୍ୟ ୧୦୯ ବଲ୍ରେ ଧୂଆଁଧାର ଶତକ ମାରିଛନ୍ତି। ୯ଟି ଚୌକା ଓ ଗୋଟିଏ ଛକା ବିଶିଷ୍ଟ ଏହି ଶତକ ହେଉଛି ଲୋକେଶ ରାହୁଲଙ୍କ ପ୍ରଥମ ବିଶ୍ୱକପ୍ ଶତକ।
ଅନ୍ୟପକ୍ଷରେ ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ୍ ଥିଲା ୨୦୧୯ ବିଶ୍ୱକପ୍ର ଶେଷ ମ୍ୟାଚ୍। ଆସନ୍ତା ୯ ତାରିଖରୁ ସେମିଫାଇନାଲ ଆରମ୍ଭ ହେବ। ଶ୍ରୀଲଙ୍କା ସେମିଫାଇନାଲ ସହିତ ବିଶ୍ୱକପ୍ରୁ ବିଦା ହୋଇଛି। ଅନ୍ୟପକ୍ଷରେ ସେମିଫାଇନାଲ ପାଇର୍ ୪ଟି ଦଳ ଚୂଡ଼ାନ୍ତ ହୋଇସାରିଛି। ଏମାନେ ହେଲେ ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଏଥର ଭାରତର ସେମିଫାଇନାଲ ଟୁର୍ ଆରମ୍ଭ ହେବ।

















