ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ଶତକ ଓ କୁଳଦୀପ ଯାଦବଙ୍କ ବୋଲିଂ ବଳରେ ଭାରତ ୮ ରନ୍‌ରେ ବିଜୟ ହାସଲ କରିଛି।

ଟସ୍‌ ଜିତି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଇନିଂସରେ ଭାରତ ୨୫୦ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଜବାବରେ କଙ୍ଗାରୁ ଦଳ ୨୪୨ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା। ଭାରତ ୮ ରନ୍‌ରେ ଜିତି ସିରିଜ୍‌ ୨-୦ରେ ଆଗୁଆ ରହିଛି।

ଭାରତୀୟ ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୧୧୬ ରନ୍‌ କରିଥିଲେ। ସେହିପରି ବୋଲିଂରେ କୁଳଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବିଜୟ ଶଙ୍କର ଓ ଜସ୍‌ପ୍ରିତ ବୁମ୍‌ରାଙ୍କୁ ୨ଟି ଲେଖାଏଁ ମିଳିଛି।

୨୫୧ ରନ୍‌ର ବିଜୟଲକ୍ଷ୍ୟ ନେଇ କଙ୍ଗାରୁ ଟିମ୍‌ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇଥିଲା। ଏହି ମ୍ୟାଚରେ ଭାରତ ଜିତି ସିରିଜରେ ୨-୦ରେ ଆଗୁଆ ରହିଛି।

Comment