ଓଡିଶାଲାଇଭ୍ ବ୍ୟୁରୋ

ବର୍ଷାଦିନ ସମସ୍ତଙ୍କୁ ଭଲ ଲାଗେ। ହେଲେ ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦିଏ। ଏପରିସ୍ଥଳେ ବର୍ଷାଦିନରେ ରୋଗରୁ ରକ୍ଷା ପାଇବାକୁ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ।

-ବର୍ଷାଦିନେ ବାୟୁମଣ୍ଡଳର ଆର୍ଦ୍ରତା ଓ ଅପରିଷ୍କାର ପରିବେଶ ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ାବାନ୍ତି, ଟାଇଫଏଡ୍ ପରି ରୋଗ ଅଧିକ ହୋଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ଯଥାସମ୍ଭବ ଗରମ ଖାଦ୍ୟ ଖାଆନ୍ତୁ। ୫-୬ ଘଣ୍ଟା ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟ ଏହି ସମୟରେ ସଂକ୍ରମଣ ସୃଷ୍ଟି କରିପାରେ।

-ବର୍ଷାଦିନେ କଲରା, ନିମ, ହଳଦୀ ପାଉଡ଼ର, ମେଥିଦାନା ପ୍ରଭୃତି ପିତା ଲାଗୁଥିବା ଜିନିଷ ନିଶ୍ଚିତ ଭାବେ ଖାଆନ୍ତୁ । ଏହା ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବ।

-ଏହି ସମୟରେ ଅନେକ ପନିପରିବାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ତେଣୁ କଞ୍ଚା ପରିବାର ସାଲାଡ୍ ଅପେକ୍ଷା ପରିବାକୁ ଉଷୁମ ପାଣିରେ ବୁଡ଼ାଇ ତା’ର ସାଲାଡ୍ ପ୍ରସ୍ତୁତ କରନ୍ତୁ।

-ବର୍ଷା ଦିନେ ଅନେକ ଲୋକଙ୍କର ଗଣ୍ଠି ଦରଜ, ପେଟରେ ଗଣ୍ଡଗୋଳ ପରି ସମସ୍ୟା ଦେଖାଯାଏ। ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସବୁଦିନ ଖାଲି ପେଟରେ ତୁଳସୀ ପତ୍ର ଏବଂ ଡାଲଚିନି ଗୁଣ୍ଡ ଖାଆନ୍ତୁ।

-ଥଣ୍ଡା ଏଡ଼ାଇବା ପାଇଁ ଔଷଧ ପରିବର୍ତ୍ତେ ଆୟୁର୍ବେଦିକ କାଢ଼ା ଏବଂ ସୁପ୍ ପିଅନ୍ତୁ। ଏହା କେବଳ ଥଣ୍ଡା କମାଇବ ନାହିଁ, ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବି ବୃଦ୍ଧି କରିବ।

Comment