ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପର ୪୪ତମ ମ୍ୟାଚ ଲିଡ୍ସରେ ଭାରତ – ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ। ଚଳିତ ବିଶ୍ଵକପରେ ଶ୍ରୀଲଙ୍କା ବିଶ୍ଵକପ ସେମିଫାଇନାଲରୁ ବାଦ ପଡ଼ିଥିବା ବେଳେ ଭାରତର ସେମିଫାଇନାଲରେ ନିଜ ସ୍ଥିତି ବଜାୟ ରଖିଛି। ତେବେ ଏହି ମ୍ୟାଚ ଭାରତକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇବାକୁ ସାହାଯ୍ୟ କରିବ।

ଭାରତ ଏବେ ୧୩ ପଏଣ୍ଟରେ ରହିଛି। ଶୀର୍ଷରେ ଥିବା ଅଷ୍ଟ୍ରେଲିଆଠୁ ୧ ପଏଣ୍ଟ ତଳେ ରହିଛି। ଶନିବାର ସନ୍ଧ୍ୟା ମ୍ୟାଚରେ ଦକ୍ଷିଣ ଆଫ୍ରିକା ସହ ଅନ୍ତିମ ମ୍ୟାଚ ଖେଳିବ ଅଷ୍ଟ୍ରେଲିଆ। ଭାରତ ତାର ଶେଷ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କଲେ ୧୫ ପଏଣ୍ଟ ପାଇବ ଓ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠୁ ବିଜୟୀ ହେଲେ ଶୀର୍ଷରେ ରହିବ। ଏପରି ହେଲେ ଆସନ୍ତା ୧୧ ତାରିଖରେ ଭାରତ – ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ – ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ହେବ।

ଯଦି ଅଷ୍ଟ୍ରେଲିଆ ପରାସ୍ତ ହୁଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତେବେ ସମୀକରଣ ବଦଳିଯିବ ଭାରତ –  ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ – ଇଂଲଣ୍ଡ ସେମିଫାଇନାଲ ହେବ।

ତେଣୁ ଆଜିର ମ୍ୟାଚ ଭାରତକୁ ଜିତି ଶୀର୍ଷ ସ୍ଥାନ ହାସଲ କରକିବାକୁ ହେବ। ଦଳ ପୂର୍ବ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ପାଇଁ ଦଳ ଚିନ୍ତାରେ ରହିଛି। ଓପନର ଭଲ ଆରମ୍ଭ ଦେଲେ ମଧ୍ୟ ମଧ୍ୟକ୍ରମର କୌଣସିବି ବ୍ୟାଟ୍ସମ୍ୟାନ ସନ୍ତୋଷଜନକ ପ୍ରଦର୍ଶନ କରିପାରିନାହାନ୍ତି। ଦଳ ପକ୍ଷରୁ ବୋଲର ମାନେ ବେଶ ଭଲ ସଫଳତା ପାଇପରିଛନ୍ତି ମହମ୍ମଦ ସାମି ମାତ୍ର ୪ଟି ମ୍ୟାଚରୁ ୧୪ଟି ଓ୍ଵିକେଟ ହାସଲ କରିଥିବା ବେଳେ ଯଶପ୍ରିତ ବୁମରା ୭ଟି ମ୍ୟାଚରୁ ୧୪ଟି ଓ୍ଵିକେଟ ନେଇଛନ୍ତି। ତେବେ ଭାରତକୁ ଏହି ମ୍ୟାଚ ଜିତିବା ପାଇଁ ସଫଳ ବ୍ୟାଟିଂ କରିବା ଆବଶ୍ୟକ।

ଅନ୍ୟପକ୍ଷରେ ଚଳିତ ବିଶ୍ଵକପ ଶ୍ରୀଲଙ୍କା ପାଇଁ ଭଲ ରହିନାହିଁ। ଦଳ ଏହି ମ୍ୟାଚରେ ବିଜୟୀ ହେଲେ ମଧ୍ୟ ସେମିଫାଇନାଲ ଖେଳିପାରିବ ନାହିଁ। ଦଳ ପକ୍ଷରୁ ଡିମୁଥ କରୁଣାରତ୍ନେ, ଲାସିଥ ମାଲିଙ୍ଗା ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ପାଇଁ ଲାସିଥ ମାଲିଙ୍ଗା ଘାତକ ସାବ୍ୟସ୍ତ ହୋଇପାରନ୍ତି ।

Comment