ଓଡ଼ିଶାଲାଇଭ ବ୍ୟୁରୋ

ରାଜନୈତିକ ଶତୃତାକୁ କେନ୍ଦ୍ର କରି ପୁରୀ କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ଟି ବୋମା ମାଡ଼ ମଧ୍ୟ ହୋଇଛି। ବୋମା ମାଡ଼ରେ ଉଭୟ ଗୋଷ୍ଠୀର ୭ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ଵିତ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଛି।

Comment