ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵରର ପ୍ରମୁଖ ସଡ଼କ ଏବଂ ଜନଗହଳି ଜାଗାରେ ମାଗଣା ଓ୍ଵାଇଫାଇ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି।

ଏନେଇ ଦୁର୍ଗା ଶଙ୍କର ମିଶ୍ର ଟୁଇଟ୍ କରି ଜଣାଇଛନ୍ତି ଯେ, ସ୍ମାର୍ଟ ସିଟି ମିଶନରେ କାର୍ଯ୍ୟକାରୀ ହେଉଥିବା ଓ୍ଵାଇଫାଇ ସେବା ଭୁବନେଶ୍ଵରର ପ୍ରମୁଖ ସହର ମାନଙ୍କରେ ଉପଲବ୍ଧ ହେବ। ଡିଜିଟାଲ ସଂଯୋଗ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ତରଫରୁ ଗତ ବର୍ଷ ନଭେମ୍ଵର ୫ ତାରିଖରେ ଭୁବନେଶ୍ଵରରେ ଓ୍ଵାଇଫାଇ ପ୍ରକଳ୍ପ ଉଦଘାଟନ ହୋଇଥିଲା। ଏଥିରେ ୧୦୦ଟି ହଟସ୍ପଟ ଓ ୨୭୫ଟି ଆକ୍ସେସ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିଲା। କିଟ୍ ଛକରୁ ରାଜଭବନ, ଆଶ୍ଚାର୍ଯ୍ୟ ବିହାର ଛକରୁ ଏଜି ଛକ, ଶିଶୁ ଭବନ ଛକରୁ ବାଣି ବିହାର ଓ ନାଲକୋ ଛକରୁ ଆଚାର୍ଯ୍ୟ ବିହାର ମଧ୍ୟରେ ଓ୍ଵାଇଫାଇ ସେବା ଆରମ୍ଭ ହୋଇଥିଲା।

ବର୍ତ୍ତମାନ ୫୧୮ଟି ହଟସ୍ପଟ ଓ ୧୮୦୦ଟି ଆକ୍ସେସ ପଏଣ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନିୟମ ଅନୁସାରେ ଜଣେ ବ୍ୟକ୍ତି ଦିନକୁ ୨୫୦ ଏମବିର ଡାଟା ବ୍ୟବହାର କରିପାରିବେ।

LEAVE A REPLY

Please enter your comment!
Please enter your name here