ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧାରୁ ଆରମ୍ଭ ହେଲା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌। ମଙ୍ଗଳବାର ବର୍ଷା ପାଇଁ ବନ୍ଦ ହୋଇଥିବା ଏହି ମ୍ୟାଚ୍‌ ପୁଣି ଥରେ ବୁଧବାର ଖେଳାଯାଇଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୩୯ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଭାରତ ଆଗରେ ୨୪୦ ରନ୍‌ର ବିଜୟଲକ୍ଷ୍ୟ।

ମଙ୍ଗଳବାର ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଆରମ୍ଭରୁ ନ୍ୟୁଜିଲାଣ୍ଡର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଥିଲା। ଟିମ୍‌ର ଓପନର ମାର୍ଟିନ ଗୁପ୍ଟିଲ୍‌ ୧ ରନ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ତେବେ ଅଧିନାୟକ କେନ୍‌ ୱିଲିୟମସନ୍ ଦଳର ମଙ୍ଗ ଧରିଥିଲେ।

ତେବେ ଟିମ୍‌ ଇଣ୍ଡିଆର ଚହଲଙ୍କ ଘାତକ ବୋଲିଂରେ ୬୭ ରନ୍‌ କରି ୱିଲିୟମସନ୍ ଆଉଟ୍‌ ହୋଇଥିଲେ। ଏହାପରେ ରସ୍‌ ଟାୟଲର ନ୍ୟୁଜିଲାଣ୍ଡକୁ ସମ୍ଭାଳିଥିଲେ। ଶେଷରେ ୫ଟି ୱିକେଟ୍ ବ୍ୟୟ କରି ନ୍ୟୁଜିଲାଣ୍ଡ ୨୧୧ ରନ୍‌ ସଂଗ୍ରହ କରିଥିବା ବେଳେ ବର୍ଷା ପାଇଁ ମ୍ୟାଚ୍‌ ବନ୍ଦ ହୋଇଥିଲା। ଆଜି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୩୯ ରନ୍‌ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍‌ସ ୨୮, କେନ୍‌ ୱିଲିୟମସନ୍ ୬୭, ରସ୍‌ ଟାୟଲର ୭୪ ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି ୱିକେଟ୍‌ ନେଇଥିବା ବେଳେ ଜସପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଜୁଜୁବିନ୍ଦ୍ର ଚହଲ ଗୋଟଏ ଲେଖାଏଁ ୱିକେଟ୍‌ ନେବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ୨୪୦ ରନ୍‌କୁ ଟାର୍ଗେଟ୍‌ କରି ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଛି।

Comment