ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେମିଫାଇନାଲରେ ଭାରତର ଖରାପ ପ୍ରଦର୍ଶନ। ଆରମ୍ଭରୁ ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟ ହୋଇଥିବା ବେଳେ ୩୧ ଓଭର ସୁଦ୍ଧା ଭାରତ ୬ ୱିକେଟ୍‌ ହରାଇ ୯୪ ରନ୍‌ ସଂଗ୍ରହ କରିଛି। ଇତି ମଧ୍ୟରେ ଟିମ୍‌ ଇଣ୍ଡିଆର ମୁଖ୍ୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା(୧), ଲୋକେଶ ରାହୁଲ(୧), ବିରାଟ କୋହଲି(୧), ରିଷଭ ପନ୍ତ(୩୨), ଦିନେଶ କାର୍ତ୍ତିକ(୬), ହାର୍ଦ୍ଦିକ ପାଣ୍ଡ୍ୟା(୩୨) ଆଉଟ୍‌ ହୋଇସାରିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ଘାତକ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ଦଳ ପକ୍ଷରୁ ମ୍ୟାଟ୍‌ ହେନରୀଙ୍କ ବଲ୍‌ରେ ଘାଇଲା ହୋଇ ରୋହିତ, ରାହୁଲ ଏବଂ କାର୍ତ୍ତିକ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି। ସେହିପରି ମିଚେଲ୍‌ ସାଣ୍ଟନର ୨ଟି ଏବଂ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ୱିକେଟ୍‌ ନେଇଛନ୍ତି।

ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଭାର ବୋହିଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ରବିନ୍ଦ୍ର ଜାଡେଜା। ଧିମା ପ୍ରଦର୍ଶନ କରି ଧୋନି ବ୍ୟାଟିଂ ଜାରି ରଖିଛନ୍ତି। ବର୍ତ୍ତମାନ ସବୁ କିଛି ଏହି ଦୁଇ ଖେଳାଳୀଙ୍କ ଉପରେ। ନଚେତ୍‌ ଭାରତର ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ ହେବ।

Comment