ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ ୨୦୧୯ ସେମିଫାଇନାଲରେ ଭାରତକୁ ବଡ଼ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ତିନି ଓପନର ରୋହିତ ଶର୍ମା, ବିରାଟ କୋହଲି ଏବଂ ଲୋକେଶ ରାହୁଲ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ପ୍ରଥମ ସେମିଫାଇନାଲରେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୩୯ ରନ୍‌ ସଂଗ୍ରହ କରିଛି। ୨୪୦ ରନ୍‌କୁ ଟାର୍ଗେଟ୍‌ରେ ରଖି ଭାରତ ପଡ଼ିଆକୁ ଓହ୍ଲାଇଥିବା ବେଳେ ଆରମ୍ଭରୁ ଟିମ୍‌ ଇଣ୍ଡିଆର ୩ଟି ବହୁ ମୂଲ୍ୟ ୱିକେଟ୍‌ର ପତ୍ତନ ଘଟିଛି। ରୋହିତ ଶର୍ମା(୧), ବିରାଟ କୋହଲି(୧) ଏବଂ ଲୋକେଶ ରାହୁଲ(୧)ରେ ଆଉଟ୍‌ ହୋଇ ପାଭିଲୟନ୍‌ ଫେରିଛନ୍ତି।

Comment