ଓଡ଼ିଶାଲାଇଭ୍‌ ବ୍ୟୁରୋ

ICC

ଆଇସିସି ବିଶ୍ୱକପ୍‌ ୨୦୧୯ରେ ଭାରତ ବର୍ତ୍ତମାନ ସେମିଫାଇନାଲରେ ପହଞ୍ଚିସାରିଛି ଏବଂ ଫାଇନାଲ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ତେବେ ଚଳିତ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି। ଇଂଲଣ୍ଡଠାରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ହାରିଥିବା ବେଳେ ଅନ୍ୟ ସମସ୍ତ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବିଜୟ ହୋଇଛି। ତେବେ ଅସନ୍ତୁ ଜାଣିବା, ଟିମ୍‌ ଇଣ୍ଡିଆର ସେମିଫାଇନାଲ ରାସ୍ତା କିଭଳି ଥିଲା?

ଚଳିତ ବଶ୍ୱକପ୍‌ ୱାର୍ମଅପ୍‌ ମ୍ୟାଚ୍‌ରେ ଭାରତ ଖରାପ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଥିଲା। ତେବେ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରି ଭାରତ ଲିଗ୍‌ ମ୍ୟାଚ୍‌କୁ ପ୍ରବେଶ କରିଥିଲା। ଏଥିସହିତ ଟିମ୍‌ ଇଣ୍ଡିଆର ବଶ୍ୱକପ୍‌ ଅଭିଯାନ ଆରମ୍ଭ ହୋଇଥିଲା।

ଜୁନ ୯ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ମହାଁମୁହିଁ ହୋଇଥିଲା ଭାରତ। କଙ୍ଗାରୁ ଦଳକୁ ୩୬ ରନ୍‌ରେ ପରାସ୍ତ କରି ଟିମ୍‌ ଇଣ୍ଡିଆ ବଶ୍ୱକପ୍‌ରେ ନିଜର ଦବ୍‌ଦବା ଜାହିର କରିଥିଲା। ଏହା ପରେ ଭାରତ ଭେଟିଥିଲା ନ୍ୟୁଜିଲାଣ୍ଡକୁ। ଜୁନ୍‌ ୧୩ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଯିବାରୁ ଉଭୟଙ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ସହ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଜୁନ୍‌ ୧୬ରେ ଭାରତ ଭେଟିଥିଲା ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ପାକସ୍ତାନକୁ। ଚମତ୍କାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ୮୯ ରନ୍‌ରେ ହରାଇଥିଲା। ଏହା ପରେ ଆଫଗାନିସ୍ତାନ ୧୧ ରନ୍‌ରେ ହରାଇ ସେମିଫାଇନାଲ ରେସ୍‌ରେ ଆଗକୁ ବଢ଼ିଲା। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୨୫ ରନ୍‌ର ବଡ଼ ବିଜୟ ପରେ ଟିମ୍‌ ଇଣ୍ଡିଆ ଲଣ୍ଡନ ଜୟ କରି ସେମିଫାଇନାଲ ଯିବାକୁ ପ୍ରସ୍ତୁତ ହେଲା।

ହେଲେ ଦୁର୍ଭାଗ୍ୟର ବିଷୟ, ଇଂଲଣ୍ଡଠାରୁ  ୩୧ ରନ୍‌ରେ ହାରିଯାଇଥିଲା ଭାରତ। ଏହା ଦ୍ୱାରା ଅଧିକ କ୍ଷତି ହେଲା ପାକିସ୍ତାନର। ଇଂଲଣ୍ଡ ବିଜୟୀ ହେବା ଫଳରେ ବିଶ୍ୱକପ୍‌ ପାକିସ୍ତାନ ଆଉଟ୍‌ ହୋଇ ଘରକୁ ଫେରିଥିଲା। ଏହାପରେ ସେମିଫାଇନାଲ ଯିବା ରାସ୍ତାରେ ଭାରତର ବାଟ ଓଗାଳୁଥିଲା ଶ୍ରୀଲଙ୍କା। ଶେଷରେ ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା ଟିମ୍‌ ଇଣ୍ଡିଆ। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଲକ୍ଷ୍ୟ  ବିଶ୍ୱକପ୍‌।

Comment