ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌କୁ ନେଇ ବଢ଼ୁଛି ହୃଦ୍‌ସ୍ପନ୍ଦନ। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିଥିବା ବେଳେ ରୋମଞ୍ଚଳକର ସ୍ଥିତିରେ ବର୍ଷା ପାଇଁ ମ୍ୟାଚ୍‌ ଅଧାରେ ଅଟକିଛି। ଆଇସିସି ମୂତାବିକ, ବୁଧବାର ଦିନ ୩ଟାରେ ଏହି ମ୍ୟାଚ୍‌ ଯେଉଁଠି ବନ୍ଦ ଥିଲା ସେଉଠୁ ଆରମ୍ଭ ହେବ।

ଗତକାଲି ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୫ ୱିକେଟ୍‌ ହରାଇ ୨୧୧ ରନ୍‌ ସଂଗ୍ରହ କରିଥିବା ବେଳେ ଷ୍ଟାଡିୟମ୍‌ରେ ବର୍ଷା ହୋଇଥିଲା। ତେଣୁ ୪୬.୧ ଓଭରରେ ମ୍ୟାଚ୍‌କୁ ବନ୍ଦ କରିଦିଆଯାଇଥିଲା। ଆଜି ୪୬.୨ ଓଭରରୁ ଅଧା ରହିଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଆରମ୍ଭ ହେବ।

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ପୁଣି ଦୁଃଖ ଖବର। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ମାଞ୍ଚେଷ୍ଟରରେ ମେଘୁଆ ପାଗ ରହିଥିବା ବେଳେ ମ୍ୟାଚ୍‌ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବର୍ଷାରେ ଯାଏ, ତେବେ କ’ଣ ହେବ?

ବୁଧବାର ରିଜର୍ଭ ଡେ’ରେ ଭାରତ଼ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଯଦି ବର୍ଷା ପାଇଁ ବାତିଲ ହୁଏ, ତେବେ ଭାରତ ପାଇଁ ଏହା ଖୁସିର ବିଷୟ। ବର୍ଷାରେ ବୁଧବାର ମ୍ୟାଚ୍‌ ଧୋଇଗଲେ ଭାରତ ସିଧା ଫାଇନାଲରେ ପ୍ରବେଶ କରିବ। ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ, ବିଶ୍ୱକପ୍‌ ଗ୍ରୁପ୍‌ ଷ୍ଟେଜ୍‌ରେ ଯେଉଁ ଦଳର ପଏଣ୍ଟ ସବୁଠୁ ଅଧିକା ଅଛି, ଫାଇନାଲ ଖେଳିବା ପାଇଁ ସେହି ଟିମ୍‌ ଆଗ ହକ୍‌ଦାର। ବର୍ତ୍ତମାନ ୧୫ ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ର ପ୍ରଥମ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ।

Comment