ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ବିଶ୍ୱକପ୍ ୨୦୧୯ ପ୍ରଥମ ସେମିଫାଇନାଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ଟିକେଟ୍ ପାଇବା ପାଇଁ ଗୁରୁବାର ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ଏହି ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୨୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ବର୍ତ୍ତମାନ ଇଂଲଣ୍ଡ ଆଗରେ ୨୨୪ ରନ୍ର ବିଜୟଲକ୍ଷ୍ୟ।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ଆରମ୍ଭ କରିବା ମାତ୍ରେ ଟିମ୍ର ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଡାଭିଡ ୱାର୍ଣ୍ଣର(୯) ଏବଂ ଅଧିନାୟକ ଆରନ୍ ଫିଞ୍ଚ(୦) ଆଉଟ୍ ହୋଇ ପଡ଼ିଆ ଛାଡ଼ିଥିଲେ। ଏହାପରେ ଷ୍ଟିଭେନ୍ ସ୍ମିଥ୍(୮୫) କଙ୍ଗାରୁ ଟିମ୍ର ଭାର ସମ୍ଭାଳି ସ୍କୋରକୁ ଆଗକୁ ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଲେକ୍ସ କାରୀ(୪୬), ଗ୍ଲେନ୍ ମ୍ୟାକ୍ସୱେଲ୍(୨୨), ମିଚେଲ୍ ଷ୍ଟାର୍କଙ୍କ(୨୯) ରନ୍ ବଳରେ ୪୯ ଓଭରରେ ୨୨୩ ରନ୍ ସଂଗ୍ରହ କରିଛି।
ଅନ୍ୟପକ୍ଷରେ ଇଂଲଣ୍ଡ ପକ୍ଷରୁ ଭଲ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଦଳ ପକ୍ଷରୁ କ୍ରିସ୍ ୱେକ୍ସ ଏବଂ ଆଦିଲ ରସିଦ୍ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜୋଫ୍ରା ଆର୍ଚେରଙ୍କୁ ୨ ଏବଂ ମାର୍କ ଉଡ୍ଙ୍କୁ ଗୋଟିଏ ୱିକେଟ୍ ମିଳିଛି। ବର୍ତ୍ତମାନ ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ଭେଟିବା ପାଇଁ ଇଂଲଣ୍ଡ ଆଗରେ ୨୨୪ରନ୍ର ଟାର୍ଗେଟ୍ ରହିଛି।


















