ଓଡ଼ିଶାଲାଇଭ ବ୍ୟୁରୋ

ଦୀର୍ଘଦିନ ହେବ ବନ୍ଦ ହୋଇ ପଡ଼ି ରହିଥିବା ନନ୍ଦନକାନନ ରୋପ-ଓ୍ଵେକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି  ଦେବା ପରେ ମଙ୍ଗଳବାର ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ବନ୍ଦ ହେବା ଯୋଗୁଁ ପର୍ଯ୍ୟଟକ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାରେ ଲାଗିଥିଲା।

ପ୍ରଥମେ ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ଚାଲୁ କରିବାକୁ ଏକ ଦରଖାସ୍ତ ରାଜ୍ୟ ସରକାରଙ୍କୁ ଦେଇଥିଲେ। ରାଜ୍ୟସରକାର ଏହାକୁ ୨୦୧୮ରେ ଅନୁମତି ପ୍ରଦାନ କରିଥିଲେ ଓ ଟେଣ୍ଡର ମଧ୍ୟ ଦିଆ ସରିଥିଲା। ଏହି କାର୍ଯ୍ୟକୁ କୋଲକାତା ମଲ୍ଟିନ୍ୟାସନାଲ କମ୍ପାନି ଦାମୋଦର ରୋପ-ଓ୍ଵେ ନେଇଥିଲା। ମାତ୍ର କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ମିଳି ନଥିବାରୁ କାର୍ଯ୍ୟ ହେବା ଆଗରୁ ବନ୍ଦ ରହିଥିଲା।

ଶେଷରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ମିଳିବା ପରେ ମଙ୍ଗଳବାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ବୋଟିଂ ଘାଟିଠାରୁ ୩.୬୦୦ ସ୍କୋୟାର ମିଟର ଓ ବଟାନିକାଲ ଗାର୍ଡେନ ପୁରାତନ ରୋପ-ଓ୍ଵଠାରୁ ୪୦୦୦ ସ୍କୋୟାର ମିଟର ଜାଗାରେ ପ୍ରାଥମିକ ସ୍ତରରେ ହେବ। ୨୦୨୦ ସୁଦ୍ଧା ଏହାର କାର୍ଯ୍ୟ ସମାପ୍ତ ହେବ ବୋଲି ସୂଚନା ମିଳିଛି।

Comment