ଓଡ଼ିଶାଲାଇଭ୍ ବ୍ୟୁରୋ

ମାନବିକତାର ସବୁ ସୀମା ପାର କଲା ପୁଅ। ସାମାନ୍ୟ ବଚସାରେ ଉତ୍‌କ୍ଷିପ୍ତ ହୋଇ ବାପାକୁ ଟାଙ୍ଗିଆରେ ହାଣିଦେଲା ପୁଅ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଧିନସ୍ଥ କେନ୍ଦୁପାଟିର ଝରାବାହଲ ପଡ଼ାରେ ବୁଧବାର ଦିନ ରାତିରେ ଏହି ଦୁଃଖଦ ଘଟଣା ଘଟିଛି।

କୌଣସି କାରଣରୁ ବାପା ନକୁଳ ବନଛୋରଙ୍କ ସହ ପୁଅ ପୂର୍ଣ୍ଣ ଚନ୍ଦ୍ର ବନଛୋରର ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଅ ରାଗିଯାଇ ଟାଙ୍ଗିଆ ଧରି ବାପାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ପୁଅର ଏହି ଜଘନ୍ୟ କାଣ୍ଡକୁ ମା’ କୁମୁଦିନି ରୋକିବାକୁ ଚେଷ୍ଟା କରିବାରୁ ପୁଅ ମା’ ଉପରେ ବି ଆକ୍ରମଣ କରିଥିଲା। ଏହି ଘଟଣାରେ ବାପା ନକୁଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନକୁଳ ବନଛୋରଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରିଛି।

Comment