ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଆସିବ କୁଳଭୂଷଣ ଯାଦବ ମାମଲାର ରାୟ। ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସଂପର୍କିତ ମାମଲାର ରାୟ ପ୍ରକାଶ କରିବେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ(ଆଇସିଜେ)।

ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀ ଯାଦବଙ୍କୁ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦ ଅଭିଯୋଗରେ ୨୦୧୭ରୁ ପାକସ୍ତାନ ବନ୍ଦୀ କରି ରଖିଛି। ଏଥିସହ ଏହାର ସାମରିକ ଅଦାଲତ ଯାଦବଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

ଏହି ମାମଲାରେ ଭାରତ ନିଜ ପକ୍ଷ ରଖି ନୌସେନାରୁ ଅବସର ନେବା ପରେ ନିଜ ବ୍ୟବସାୟ ମାମଲାରେ କୁଲଭୂଷଣ ଇରାନ ଯାଇଥିଲେ ଓସେଠାରୁ ତାଙ୍କୁ ଅପହରଣ କରାଯାଇ ପାକିସ୍ତାନ ଅଣାଯାଇଥିବା କହିଥିଲା। ଏହାପରେ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ୨ ବର୍ଷ ହେଲା ଏହି ମାମଲାରେ ଭାରତ ଲଢ଼ୁଛି।

ଆଜି ଆଇସିଜେର ମୁଖ୍ୟ ବିଚାରପତି ଅବଦୁଲ୍ୱାଇ ଅହମ୍ମଦ ୟୁଶୁଫ୍ ରାୟ ଶୁଣାଇ ପାରନ୍ତି।

Comment