ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ନିର୍ବାଚନ ପୂର୍ବରୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫଟୋ ଭାଇରାଲ୍ କରିବା ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୀମାଞ୍ଚଳ ପାତ୍ର, ଜୟଦୀପ୍‌ ଗିରି ଏବଂ ଚିନ୍ମୟ ସେନାପତିଙ୍କୁ ହାଇକୋର୍ଟରୁ ଆଜି ଜାମିନ୍ ମିଳିଛି।

ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଜାମିନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦୁଝରରୁ ସାଂସଦ ଭାବେ ଲଢିବା ଲାଗି ବିଜେଡି ଚନ୍ଦ୍ରାଣୀ ମୁର୍ମୁଙ୍କୁ ଟିକେଟ୍ ଦେଇଥିଲା। ଚନ୍ଦ୍ରାଣୀ ମୁର୍ମୁ ଟିକେଟ୍ ପାଇବା ପରେ ତାଙ୍କର ଅଶ୍ଲିଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ଚନ୍ଦ୍ରାଣୀ ମୁର୍ମୁ ଥାନାରେ ଏତଲା ଦେଇଥିଲେ।

ଏତଲା ଆଧାରରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ନିମ୍ନ ଅଦାଲତରୁ ତିନି ଜଣଙ୍କର ଜାମିନ୍ ଖାରଜ ହେବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅରୂପାନନ୍ଦ ଦାସ ଏବଂ ଜ୍ୟୋତି ପାତ୍ର ପରିଚାଳନା କରୁଥିଲେ।

Comment