ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପରେ ସୈନ୍ୟବାହିନୀ ନିଯୁକ୍ତି ରାଲିରେ ଅଂଶ ଗ୍ରହଣ କରିବା ପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଉଚ୍ଛୁକ ପ୍ରାର୍ଥୀ। ୨ ଅଗଷ୍ଟ ଆବେଦନର ଶେଷ ତାରିଖ ରହିଛି।

ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ ଆସନ୍ତା ୧୮ ଅଗଷ୍ଟଠାରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଏହି ନିଯୁକ୍ତି ରାଲିରେ ଉପକୂଳର ୧୦ଟି ଜିଲ୍ଲା କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ଵର, ଖୋର୍ଦ୍ଧା, ବାଲେଶ୍ଵର, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

ଓ୍ଵେବସାଇଟ www.joinindianarmy.nic.in ରେ ନାମ ପଞ୍ଜିକରଣ କରିପାରିବେ ପ୍ରାର୍ଥୀ। ଏହି ଆବେଦନ ସମ୍ପୂର୍ଣ୍ଣ ମାଗଣା।

LEAVE A REPLY

Please enter your comment!
Please enter your name here