ଓଡ଼ିଶାଲାଇଭ ବ୍ୟୁରୋ

ଦୁଇ ଦିନ ହେବ ରାଜ୍ୟରେ କିଛି ସ୍ଥାନରେ ଝିପ ଝିପ ବର୍ଷା ହେଉଛି। ଆଜି ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ରହିଛି।

ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଏହାର ପ୍ରଭାବରେ ବର୍ଷା ହେବ। ଆଗାମୀ ୩/୪ ଦିନ ମଧ୍ୟରେ ବର୍ଷା ପରିମାଣ ମଧ୍ୟ ବଢ଼ିବା ସହ ମୌସୁମୀ ସକ୍ରିୟ ହୋଇପାରେ।

ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

Comment