ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦିନିକିଆ ସିରଜ୍‌ରେ ବାଂଲା ଟିମ୍‌ର ନେତୃତ୍ୱ ନେବେ ତାମିମ୍‌ ଇକ୍‌ବାଲ। ଆହତ କାରଣରୁ ଅଧିନାୟକ ମୁସ୍‌ରଫେ ମୁର୍ତ୍ତଜା ଶ୍ରୀଲଙ୍କା ସିରିଜ୍‌ରୁ ବାଦ୍‌ ପଡ଼ିବା ପରେ ଦଳର ଓପନର ତାମିମ୍‌ ଇକ୍‌ବାଲଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଛି।

ସେହିପରି ଦଳର ଉପଅଧିନାୟକ ଷ୍ଟାର ଅଲ୍‌ରାଣ୍ଡର ସକିବ୍‌ ଅଲ୍‌ ହସନ ଏବଂ ମହମ୍ମଦ ସୈଫୁଦ୍ଦିନ ମଧ୍ୟ ଖେଳୁନାହାଁନ୍ତି। ଶ୍ରୀଲଙ୍କା ସିରିଜ୍‌ରେ ତାଙ୍କୁ ବିଶ୍ରାମ ଦେଇଛି। ଆସନ୍ତା ୨୬ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଅନ୍ୟପକ୍ଷରେ ବଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ଦଳର ନେତୃତ୍ୱ ନେବେ ଦିମୁଥ୍‌ କରୁଣାରତ୍ନା

Comment