ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରି ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ। ବାବା ସାରଥୀଙ୍କୁ ଓଡ଼ିଶା ହାଇକୋର୍ଟ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି।

ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ଦୁଇଟି ଜାମିନ ମିଳି ସାରିଥିବା ବେଳେ ଆଜି ତାଙ୍କୁ ଆଉ ଗୋଟିଏ ମାମଲାରେ ଜାମିନ ମିଳିଛି।

୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଏହାସହ କୋର୍ଟ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଳ କୋର୍ଟ ଚାହିଁଲେ ଅଧିକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସାରଥୀଙ୍କ ନାଁରେ ମୋଟ ୩ଟି ମାମଲା ଥିଲା। ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ୮ ଅଗଷ୍ଟ, ୨୦୧୫ରେ କ୍ରାଇମବ୍ରାଞ୍ଚ ପୋଲିସ ଭକ୍ତମାନଙ୍କ ଭାବାବେଗ ସହ ଖେଳିବା ଏବଂ ଆଶ୍ରମକରେ ମହିଳାଙ୍କୁ ଯୌନ ଶେଷଣ ଦେବା ଅଭିଯୋଗରେ ସାରଥୀଙ୍କୁ ଗିରଫ କରିଥିଲା।

ଗିରଫ ପରେ ସାରଥୀ କଟକ ଚୌଦ୍ୱାର ଜେଲରେ ରହିଥିଲେ।

Comment