ଓଡ଼ିଶାଲାଇଭ ବ୍ୟୁରୋ

ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ପାଳନ ହେବାକୁ ଯାଉଛି। ତା’ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଜୁଲାଇ ୨୦ରେ ଜମ୍ମୁକଶ୍ମୀର ଗସ୍ତ କରିଥିଲେ।

ଜମ୍ମୁ କଶ୍ମୀରରେ ପହଞ୍ଚିବା ପରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦ୍ରାସରେ ଥିବା ଯୁଦ୍ଧ ସ୍ମାରକ ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତା’ ପରେ ଲଦାଖ ଅଞ୍ଚଳରେ ଥିବା ନିୟନ୍ତ୍ରଣ ରେଖା ପରିଦର୍ଶନରେ କରିଥିଲେ।

ସେଠାରେ ମୁତୟନ ଥିବା ସେନା, ସୁରକ୍ଷା ଓ ସେନା ସାମଗ୍ରୀ ଉପରେ ରାଜନାଥ ସିଂହ ସମୀକ୍ଷା କରିଥିଲେ। ଦିନସାରା ରାଜନାଥ ଜମ୍ମୁ କଶ୍ମୀରରେ ରହିଥିଲେ। ତାଙ୍କ ସହିତ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ମଧ୍ୟ ରହିଥିଲେ।

Salam Sahid

Comment