ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) କ୍ୟାଡେଟମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାର ସଂଖ୍ୟା ଏବଂ ଆର୍ଥିକ ପ୍ରୋତ୍ସାହନ ରାଶିରେ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବିଭିନ୍ନ ବର୍ଗରେ ଏଣିକି ୨୪୩ ଏନସିସି କ୍ୟାଡେଟ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ୧୪୩ ଜଣଙ୍କୁ ପୁରସ୍କାର ଦିଆଯାଉଥିଲା। ସେହିପରି ପୁରସ୍କାର ରାଶି ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି।

ଏନସିସି କ୍ୟାଡେଟମାନେ ଏଣିକି ଦୁଇଟି ପ୍ରତିରକ୍ଷା ମନ୍ତ୍ରୀ ପଦକ ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ପ୍ରତ୍ୟେକ କ୍ୟାଡେଟଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ମିଳିବ। ପୂର୍ବରୁ କେବଳ ଜଣେ କ୍ୟାଡେଟଙ୍କୁ ୨୦ ହଜାର ଟଙ୍କାର ପୁରସ୍କାର ବାବଦରେ ଅର୍ଥ ରାଶି ଦିଆଯାଉଥିଲା। ସେହିପରି ପୂର୍ବର ତିନୋଟି ସ୍ଥାନରେ ୪ଟି ରକ୍ଷା ମନ୍ତ୍ରୀ ପ୍ରଶସ୍ତି ପ୍ରଦାନ କରାଯିବା ଲାଗି ସ୍ଥିର କରାଯାଇଛି।

ପ୍ରତ୍ୟେକ ପ୍ରଶସ୍ତି ପାଇଁ ପୁରସ୍କାର ରାଶି ପରିମାଣକୁ ୧୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡିଜିଙ୍କ ପ୍ରଶସ୍ତି ପୁରସ୍କାର ସଂଖ୍ୟାକୁ ୧୦୨ରୁ ୨୦୦କୁ ବୃଦ୍ଧି କରିବା ପ୍ରସ୍ତାବକୁ ମଧ୍ୟ ରାଜନାଥ ସିଂ ବୃଦ୍ଧି କରିଛନ୍ତି।

ସେହିପରି ବିଭିନ୍ନ ବର୍ଗରେ ୯ଟି ନୂଆ ଶ୍ରେଷ୍ଠ କ୍ୟାଡେଟ୍‌ ପୁରସ୍କାର ପ୍ରଦାନ କରାଯିବାକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏପରି ପୁରସ୍କାର ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ପ୍ରତ୍ୟେକ ପୁରସ୍କାର ପାଇଁ ଅର୍ଥରାଶି ମଧ୍ୟ ବୃଦ୍ଧି କରାଯାଇଛି।

ନୂଆଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ ଅବସରରେ ଏହି ପୁରସ୍କାରଗୁଡ଼ିକୁ ଅନୁମୋଦନ ମିଳିଛି।

ଦେଶରେ ପରିବର୍ତ୍ତିତ ଅର୍ଥନୈତିକ ସ୍ଥିତି ଏବଂ ଏନସିସି କ୍ୟାଡେଟମାନଙ୍କ ସଂଖ୍ୟା ୨୦୧୪ରେ ୧୧ ଲକ୍ଷ ୩୧ ହଜାର ୮୩ ଥିଲା। ଏହା ୨୦୧୮ରେ ୧୩ ଲକ୍ଷ ୨୯ ହଜାର ୨୦୨କୁ ବୃଦ୍ଧି ପାଇଛି।

Comment