ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦେଶର ୨୩ତମ ବିଶ୍ଵବିଦ୍ୟାଳୟ ଭାବେ ମାନ୍ୟତା ହାସଲ କରିଛି। ନିକଟରେ ପ୍ରକାଶିତ ଆଉଟ୍‌ଲୁକ୍‌ ମାଗାଜିନ୍‌ରେ ପ୍ରକାଶ ପାଇଥିବା ଆଇସିଏଆର୍‌ଇ ରାଙ୍କିଂ ୨୦୧୯ରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଏହି ସ୍ଥାନ ମିଳିଛି।

ଦେଶର ଶେଷ୍ଠ ୨୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୩ ତମ ସ୍ଥାନ ଅଧିକାର କରିଛି।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍କୋର ରହିଛି ୪୧.୩୭।

ଛାତ୍ର-ଅଧ୍ୟାପକଙ୍କ ଅନୁପାତ, ଅଧ୍ୟାପକଙ୍କ ପିଏଚ୍‌ଡି, ପେପର ପବ୍ଲିକେସନ୍ ହାର, ପେପର ପିଛା ସାଇଟେସନ୍ ଓ ଡାଇଭରସିଟି ଭଳି ବିଭିନ୍ନ ମାନଦଣ୍ଡ ବିଶ୍ଳେଷଣ କରି ଏହି ରାଙ୍କ ନିର୍ଦ୍ଧାରଣ କରାଯାଇଛିା

ସମସ୍ତ  ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବିଶ୍ୱବିଦ୍ୟାଳୟ ସହ ଯୋଡ଼ି ହୋଇ ରହିଥିବା ବ୍ୟକ୍ତିମାନଙ୍କୁ ଏହି ମାନ୍ୟତାର ଶ୍ରେୟ ଦେଇଛନ୍ତି କୁଳପତି ପ୍ରଫେସର ଶରତ କୁମାର ପାଲିତ।

Comment