ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୯, ଜୁଲାଇ ୨୬। ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଥିବା ଶତ୍ରୁସୈନ୍ୟଙ୍କୁ ପରାସ୍ତ କରି ଭାରତୀୟ ସେନା ଇତିହାସ ସୃଷ୍ଟି କରିଥିଲା। ଅଢ଼େଇ ମାସରୁ ଅଧିକ ଦିନର ଯୁଦ୍ଧପରେ ସେଦିନ ବିଜୟ ସ୍ୱାଦରେ ନାଚି ଉଠୁଥିଲା ସାରାଦେଶ। କିନ୍ତୁ ଏହି ଖୁସି ସଙ୍ଗେ ସଙ୍ଗେ କିଛି ଦୁଃଖ ଦେଇ ଛାଡ଼ିଯାଇଥିଲା ଏହି ଯୁଦ୍ଧ। ୫୦୦ରୁ ଅଧିକ ଯବାନ ସହିଦ ହୋଇଥିଲେ ଏହି ଯୁଦ୍ଧରେ। ଯୁଦ୍ଧର ଭୟାବହତା ଏତେ ଥିଲା ଯେ ପରବର୍ତ୍ତୀ ସମୟରେ ଯୁବପିଢ଼ିଙ୍କର ସେନାରେ ଭର୍ତ୍ତି ହେବାର ଆଗ୍ରହ କମିଥିବା ନଜର ଆସିଛି।

ଅଭିଭାବକ ମଧ୍ୟ ସେମାନଙ୍କ ପିଲାଙ୍କୁ ସେନାରେ ଯୋଗ ଦେବାକୁ ଛାଡ଼ୁ ନାହାନ୍ତି। ଏମିତି ସ୍ଥିତିରେ ଭାରତୀୟ ସେନା ଦୁର୍ବଳ ହୋଇପଡ଼ୁଛି। ସେନାକୁ ସୁଦୃଢ଼ କରିବାକୁ ହେଲେ ସଂଖ୍ୟାଧିକ ଯୁବକ ସେନାରେ ଭର୍ତ୍ତି ହେବା ଦରକାର। ଦେଶ ସେବାରେ ନିଜକୁ ନିୟୋଜିତ କରିବା ଦରକାର। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତ ଯୁବକଙ୍କୁ ଡର ଓ ଭୟ ଛାଡ଼ି ସେନାରେ ଭର୍ତ୍ତି ହେବାକୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, ‘‘ମୁଁ ମୋର ଅଭିଜ୍ଞତାରୁ କହୁଛି, ଭଲ କ୍ୟାଣ୍ଡିଡେଟ୍ ଆର୍ମିରେ ସାମିଲ ହେଉନାହାନ୍ତି। ପୂର୍ବରୁ ଲୋକ ତାଙ୍କ ପୁଅମାନଙ୍କୁ ଆର୍ମିରେ ସାମିଲ କରୁଥିଲେ। ଏବେ ଏମାନଙ୍କ ପ୍ରତିଶତ କମିଗଲାଣି।’’

Salam Sahid

ଆର୍ମି ପାଇଁ ରିସ୍କ ନେବା ଉଚିତ୍। ରିସ୍କ ମାନେ ନୁହେଁ କି ମୃତ୍ୟୁ, ରିସ୍କ ମାନେ ଉନ୍ନତି। ତମେ ଯଦି ଦେଶକୁ ବଞ୍ଚାଇବାକୁ ଚାହଁ ବା ଦେଶର ଉନ୍ନତି କରିବାକୁ ଚାହଁ, ତେବେ ରିସ୍କ ନେବାକୁ ପଡ଼ିବ’’ , କହିଛନ୍ତି ଲେପ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତ।

ସେ ଆହ୍ୱାନ ଦେଇଛନ୍ତି ଯେ ଆର୍ମିରେ ସାମିଲ ହୁଅ। ଦେଶକୁ ସୁଦୃଢ଼ କର। ଯେଉଁ ଦେଶର ଆର୍ମି ଦୁର୍ବଳ ହୋଇଯିବ, ସେହି ଦେଶର ଭବିଷ୍ୟତ ଦୁର୍ବଳ ହୋଇଯିବ।

Comment