ଓଡ଼ିଶାଲାଇଭ ବ୍ୟୁରୋ

ବହୁଦିନ ପରେ ପୁଣି ପରଦାକୁ ଫେରିବେ ଲୋକପ୍ରିୟ କେମେଡିଆନ ତତ୍ତ୍ଵପ୍ରକାଶ ଶତପଥୀ ଓରଫ ପପୁ ପମ୍ ପମ୍। ଛୋଟ ପରଦା ହେଉ କିମ୍ଵା ବଡ଼ ପରଦା ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗଉଥିବା ଏହି କମେଡିଆନ ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଅଭିନୟରୁ ଦୂରେଇ ରହିଥିଲେ।

ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କ ସହ ‘ମିଷ୍ଟର କହ୍ନେୟା’ ଫିଲ୍ମରେ ଦର୍ଶକଙ୍କ ସାମ୍ନାକୁ ଏକ ନୂଆ ରୂପରେ ଆସୁଛନ୍ତି ପପୁ ପମ୍ ପମ୍। ସୀତାରାମ ଅଗ୍ରଓ୍ଵାଲ ଓ ନମିତା ଅଗ୍ରଓ୍ଵାଲଙ୍କ ନର୍ମିତ ଏହି ଚଳଚିତ୍ର ସୁଟିଙ୍ଗ ଆରମ୍ଭ ହୋଇସାରିଲାଣି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ ଓ ସଙ୍ଗୀତ ବୈଦ୍ୟନାଥ ଦାସ୍। ଏହା ଗଣେଶ ପୂଜାରେ ରିଲିଜ ହେବାର ସମ୍ଭାବନା ରହିଛି।

ସୁନ୍ଦରଗଡ଼ର ସଲମାନ ଖାନ୍ ଚଳଚିତ୍ର ପରେ ପପୁ ଅସୁସ୍ଥ ହୋଇ ପଡ଼ିଥିଲେ। ୨୦୧୮ରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୨ମାସ ସେଠାରେ ଚିକିତ୍ସା ନେବା ପରେ ଓଡ଼ିଶା ଫେରିଥିଲେ। ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଚଳଚିତ୍ର ଦୁନିଆକୁ ଫେରିଛନ୍ତି। ନିକଟରେ ପପୁଙ୍କ ନିର୍ମିତ ଚିରକୁଟ ଫିଲ୍ମ ପରଦାକୁ ଆସିସାରିଛି। ବର୍ତ୍ତମାନ ଦର୍ଶକ ଅପେକ୍ଷା କରିଛନ୍ତି ପପୁଙ୍କୁ ପରଦାରେ ଦେଖିବାକୁ।

Comment