ଓଡ଼ିଶାଲାଇଭ ବ୍ୟୁରୋ

ବିବାଦ ଘେରରୁ ବାହାରି ପାରୁନି ମିଷ୍ଟର କହ୍ନେୟା ଚଳଚିତ୍ର। ଏହାର ବିବାଦୀୟ ପୋଷ୍ଟରକୁ ନେଇ ଫିଲ୍ମ ପ୍ରଡକ୍ସନ ହାଉସ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲଙ୍କୁ ନୋଟିସ୍‌ ଜାରି କରିଛି ଭୁବନେଶ୍ଵର ମହିଳା ଥାନା। ବିବାଦୀୟ ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଥିଲା।

ପ୍ରଥମେ ଏହି ଚଳଚିତ୍ରର ବିବାଦୀୟ ପୋଷ୍ଟରକୁ ସାମ୍ନାକୁ ଆଣିଥିଲେ ଦୌଡ଼ ରାଣୀ ଦୂତି ଚାନ୍ଦ। ପରେ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କରାଯାଇଥିଲା। ଏହି ମାମଲାରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଥାନାରେ ଅଭିଯୋଗ କରିଥିଲେ। ଏହାସହ ପ୍ରଯୋଜକ, ନିର୍ଦ୍ଦେଶକ ଓ ପପୁଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲେ।

ବିବାଦ ଜୋର ଧରିବାରୁ ପପୁ ମୁହଁ ଖୋଲିଥିଲେ। ସେ କହିଥିଲେ, “ବିବାଦ ଘେରକୁ ଆସିଥିବା ଏହି ପୋଷ୍ଟ ମୋ କନସେପ୍ଟର ନୁହେଁ। ଏହି ପୋଷ୍ଟର ତିଆରି କରିବାରେ ପ୍ରଯୋଜନା ସଂସ୍ଥାର ମଧ୍ୟ କୌଣସି ହାତ ନାହିଁ। ପୋଷ୍ଟର ଯିଏ କରିଛି ତାକୁ ଖୋଜିବା ଦରକାର।”

LEAVE A REPLY

Please enter your comment!
Please enter your name here