ଓଡ଼ିଶାଲାଇଭ ବ୍ୟୁରୋ

କାରଗିଲ ବିଜୟ ଦିବସକୁ ଆଜି ୨୦ ବର୍ଷ ପୂରିଛି। ଏହି ଅବସରରେ ସାରାଦେଶ ସେହି ବୀର ଯବାନଙ୍କ ବୀରତ୍ୱ ଓ ବଳିଦାନର କାହାଣୀକୁ ମନେ ପକାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ‘‘୧୯୯୯ କାରଗିଲ ବିଜୟ ଦିବସ ଆମ ଦେଶର ବୀର ଯବାନମାନଙ୍କୁ ମନେ ପକାଇବାର ଦିନ। ଏହି ଦିନରେ ଦେଶକୁ ସରୁକ୍ଷା ଦେଉଥିବା ଯୋଦ୍ଧାଙ୍କ ଧୈର୍ଯ୍ୟ ଓ ସାହାସକୁ ସଲାମ କରୁଛି।‘‘

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘‘ଭାରତର ସବୁ ବୀର ଯୋଦ୍ଧାଙ୍କୁ ମୁଁ ହୃଦୟର ସହ ସଲାମ କରୁଛି। ସେହି ପରାକ୍ରମୀ ଯୋଦ୍ଧାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ ଦେଶ ପାଇଁ ନିଜ ଜୀବନ ତ୍ୟାଗ କରିଥିଲେ।’’

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟୁଇଟ କରି କାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Comment