ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ କମ୍ପାନି ‘ଭିଭୋ’ ଭାରତରେ ଲଞ୍ଚ କଲା ଏକ ନୂଆ ବଜେଟ୍‌ ସ୍ମାର୍ଟଫୋନ୍‌ ‘ଭିଭୋ ୱାଇ୯୦’। ଭାରତରେ ଲଞ୍ଚ ହେବା ପୂର୍ବରୁ ଏହି ସ୍ମାର୍ଟଫୋନ ପାକିସ୍ତାନରେ ଲଞ୍ଚ ହୋଇସାରିଛି। ଏହି ସ୍ମାର୍ଟଫୋନରେ ୱାଟର ଡ୍ରପ୍‌-ଷ୍ଟାଇଲ୍‌ ନଚ୍‌ ଡିସ୍‌ପ୍ଲେ ରହିଛି। ଚଳିତ ମାସରେ ଏହା ହେଉଛି ଭାରତରେ ଲଞ୍ଚ ହୋଇଥିବା ଦ୍ୱିତୀୟ ଭିଭୋ ସ୍ମାର୍ଟଫୋନ। ଏହା ପୂର୍ବରୁ ‘ଭିଭୋ ଜେଡ୍‌-୧ ପ୍ରୋ’ ଲଞ୍ଚ ହୋଇଥିଲା।

‘ଭିଭୋ ୱାଇ୯୦’ ସ୍ମାର୍ଟଫୋନ୍‌ର ମୂଲ୍ୟ ଭାରତୀୟ ବଜାରରେ ୬,୯୯୦ ଟଙ୍କା ରହିଛି। କଳା ଓ ସୁନେଲି ରଙ୍ଗର ଦୁଇଟି ଭାରିଏଣ୍ଟ ଭାରତରେ ଲଞ୍ଚ ହୋଇଛି। ଅସନ୍ତାକାଲିଠାରୁ ଏହି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ।

ସ୍ପେସିଫିକେଶନ

  • ୬.୨୨ ଇଞ୍ଚ ବିଶିଷ୍ଟ ଏଚ୍‌ଡି ଡିସପ୍ଲେ
  • ୨ ଜିବି ରାମ୍‌ ଓ ୧୬ ଜିବି ରୋମ
  • ୮ ମେଗାପିକ୍ସେଲ ରିୟର ଓ ୫ ମେଗା ପିକ୍ସେଲ ପ୍ରଣ୍ଟ କ୍ୟାମେରା
  • ୪୦୩୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • କ୍ୱାଡକୋର ମିଡିଆ ଟେକ୍‌ ହେଲିଓ ଏ୨୨ ପ୍ରୋସେସର
  • ଆଣ୍ଡ୍ରୋଏଡ ଭର୍ସନ ୮.୧ ଓରିଓ ଯୁକ୍ତ ଫନ୍‌ଟଚ୍‌ ୪.୫ ଅପରେଟିଂ ସିଷ୍ଟମ

Comment