ଓଡ଼ିଶାଲାଇଭ୍ ବ୍ୟୁରୋOrissa POST, Metal Meet Quiz Programme 2019 Edition on 3-4 August at Bhubaneswar

ଓଡ଼ିଶାରୁ ପ୍ରକାଶିତ ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ବାର୍ଷିକ କୁଇଜ୍ କାର୍ଯ୍ୟକ୍ରମ ‘ମେଟଲ୍ ମିଟ୍’ର ଚତୁର୍ଥ ସଂସ୍କରଣ ହେବାକୁ ଯାଉଛି। ଭୁବନେଶ୍ୱରରେ ଅଗଷ୍ଟ ୩ ତାରିଖରେ ଏହାର ପ୍ରିଲିମସ୍‌ ରାଉଣ୍ଡ ହେବାକୁ ଥିବା ବେଳେ ଗ୍ରାଣ୍ଡ ଫିନାଲେ ହେବ ଅଗଷ୍ଟ ୪ ତାରିଖରେ।

୨୦୧୬ ମସିହାରେ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି କୁଇଜ୍ କାର୍ଯ୍ୟକ୍ରମ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଏକ ନୂଆ ପରିଚୟ ହାସଲ କରିବାକୁ ଯାଉଛି। ‘ମେଟଲ୍ ମିଟ୍’ ୨୦୧୯ ସଂସ୍କରଣରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଉଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇପାରିଛି।

Orissa POST, Metal Meet Quiz Programme 2019 Edition on 3-4 August at Bhubaneswar

ଜୁନିୟର୍ ଏବଂ ସିନିୟର୍ ଦୁଇଟି ବର୍ଗରେ ଏହି କୁଇଜ୍ ବିଭକ୍ତ। ଚଳିତ ବର୍ଷ ସିନିୟର୍ ବର୍ଗରେ ୩୬ଟି ଶିକ୍ଷାନୁଷ୍ଠାନ ଭାଗ ନେଉଥିବା ବେଳେ ଜୁନିୟର୍ ବର୍ଗରେ ୪୪ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସେମାନଙ୍କ କୁଇଜ୍ ଦକ୍ଷତା ପ୍ରମାଣିତ କରିବେ। ପ୍ରତି ଟିମ୍‌ରେ ୪ ଜଣ ସଦସ୍ୟ ରହିଥାନ୍ତି। ପ୍ରିଲିମସ୍ ରାଉଣ୍ଡରେ ଜୋରଦାର୍ ପ୍ରତିଯୋଗିତା କରାଯାଇ ଉଭୟ ଜୁନିୟର୍ ଓ ସିନିୟର୍ ବର୍ଗରେ ଫାଇନାଲିଷ୍ଟ ଚୟନ କରାଯାଇଥାଏ। ପ୍ରତି ବର୍ଗରେ ୮ଟି ଫାଇନାଲିଷ୍ଟ ଟିମ୍ ଗ୍ରାଣ୍ଡ ଫିନାଲେକୁ ପ୍ରବେଶ କରିଥାନ୍ତି। ଏବଂ ସେଠାରେ ପ୍ରତି ବର୍ଗରେ ଶ୍ରେଷ୍ଠ ତିନିଟି ଟିମ୍‌କୁ ପୁରସ୍କୃତ କରାଯାଏ।

ମେଟାଲ୍ ମିଟ୍‌ର ବିଜେତାମାନଙ୍କ ପାଇଁ ରହିଛି ଆକର୍ଷଣୀୟ ପୁରସ୍କାର ରାଶି। ଉଭୟ ବର୍ଗରେ ପ୍ରଥମ ସ୍ଥାନ ପାଇଁ ୧ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଉଛି।Orissa POST, Metal Meet Quiz Programme 2019 Edition on 3-4 August at Bhubaneswar

ଏହି କୁଇଜରେ ଜୁନିୟର୍ ବର୍ଗରେ ହାଇସ୍କୁଲ୍ ଏବଂ ଯୁକ୍ତ ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି। ସେହିପରି ଯୁକ୍ତ ୩ ବା ତା’ଠାରୁ ଉପର ଶ୍ରେଣୀର ଛାତ୍ରଛାତ୍ରୀ ସିନିୟର୍ ବର୍ଗରେ ଯୋଗ ଦେଇଥାନ୍ତି। ମେଟଲ୍ ମିଟ୍ କୁଇଜ୍ କାର୍ଯ୍ୟକ୍ରମରେ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ, ମେଡିକାଲ୍ କଲେଜ୍, ଇଞ୍ଜିନିୟରିଂ କଲେଜ୍, ମ୍ୟାନେଜମେଣ୍ଟ କଲେଜ୍ ତଥା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇ ଆସୁଛନ୍ତି।

ସିନିୟର୍ ବର୍ଗରେ ଥିବା ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଅଛନ୍ତି ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, ସିଇଟି, ସିଲିକନ୍ ଇନଷ୍ଟିଚ୍ୟୁଟ୍, କିଟ୍ ବିଶ୍ୱବିଦ୍ୟାଳୟ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓୟୁଏଟି, ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଏନଆଇଟି ରାଉରକେଲା, ବିର୍ଲା ଗ୍ଲୋବାଲ୍ ୟୁନଭର୍ସିଟି, ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତ୍ୟାଦି। ସେହିପରି ଜୁନିୟର୍ ବର୍ଗରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଡିଏଭି ଚନ୍ଦ୍ରଶେଖରପୁର, ଡିଏଭି ୟୁନିଟ୍ -୮, ରୁଚିକା, ଓଡିଏମ୍ ପବ୍ଲିକ୍ ସ୍କୁଲ୍ ଆଦି ରହିଛନ୍ତି। ଚଳିତ ବର୍ଷ ଭୁବନେଶ୍ୱର, କଟକ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳର ଶିକ୍ଷାନୁଷ୍ଠାନ ମେଟଲ ମିଟ୍‌ରେ ଭାଗ ନେଉଥିବାରୁ ଏହି କୁଇଜ୍ କାର୍ଯ୍ୟକ୍ରମର ପରିସର ଅଧିକ ବ୍ୟାପକ ହେବାକୁ ଯାଉଛି।Orissa POST, Metal Meet Quiz Programme 2019 Edition on 3-4 August at Bhubaneswar

ଗତ ୩ ବର୍ଷ ଧରି ମେଟଲ୍ ମିଟ୍ କୁଇଜ୍‌କୁ ପରିଚାଳନା କରୁଥିଲେ କୁଇଜ୍ ମାଷ୍ଟର ଭେଙ୍କଟେଶ୍ ଯେ କି ଭେଙ୍କି ନାଁରେ ପରିଚିତ। ଚଳିତ ବର୍ଷ କୁଇଜ ମାଷ୍ଟର ଅଜୟ ପୁନିଆଁଙ୍କ ମୁକାବିଲା କରିବେ ଓଡ଼ିଶାର ଏହି ମେଧାବୀ ଛାତ୍ରଛାତ୍ରୀମାନେ। ଅଜୟ ଜଣେ ଜାତୀୟସ୍ତରର କୁଇଜ୍ ମାଷ୍ଟର। ତେଣୁ ସେ ଏଥର ମେଟଲ୍ ମିଟ୍‌ର ପ୍ରତିଯୋଗୀମାନଙ୍କୁ ଏକ କଡ଼ା ମୁକାବିଲା କରିବାର କ୍ଷେତ୍ର ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ଶତପଥୀ।

ଚଳିତ ବର୍ଷ ଏତେ ସଂଖ୍ୟାରେ ଶିକ୍ଷାନୁଷ୍ଠାନ ଏବଂ ପ୍ରତିଯୋଗୀ ଭାଗ ନେଉଥିବାରୁ ମେଟଲ୍ ମିଟ୍‌ର ମାନ ଆଉ ଏକ ସ୍ତରକୁ ଯାଇପାରିଛି। ଏହି ଅବସରରେ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମେଟଲ୍ ମିଟ୍‌ର ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।

ଚଳିତ ବର୍ଷ ମେଟଲ୍ ମିଟ୍‌ର ପାର୍ଟନରମାନଙ୍କ ମଧ୍ୟରେ ରହିଛନ୍ତି ଟିମ୍ ଏବଂ ଏକ୍ସପୋଜ୍ ଆଡଭର୍ଟାଇଜିଂ। ସେହିପରି ରାଜ୍ୟର ଆଗଧାଡ଼ିର ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର୍ ରହିଛି।Orissa POST, Metal Meet Quiz Programme 2019 Edition on 3-4 August at Bhubaneswar

ଅଗଷ୍ଟ ୩ ଓ ୪ରେ ଭୁବନେଶ୍ୱରରେ ଯଥାକ୍ରମେ ମେଟଲ୍ ମିଟ୍‌ର ପ୍ରିଲିମସ୍ ଏବଂ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କୁଇଜର ପ୍ରତିଯୋଗୀମାନଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଫିସିଆଲ୍ ଏବଂ ନିମନ୍ତ୍ରିତ ଅତିଥିମାନେ ଯୋଗଦେବେ। ଅଗଷ୍ଟ ୪ ତାରିଖରେ ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ।

Comment