ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରେ ଦୁଇ ଦିନ ହେବ ଲଗାଣ ବର୍ଷା ହେଉଛି। ଫଳରେ କଲ୍ୟାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ପ୍ରଖର ସ୍ରୋତରେ କଲ୍ୟାଣସିଂହପୁର କଲ୍ୟାଣୀ ନଦୀ ଉପରେ ଥିବା ଏକ ଅସ୍ଥାୟୀ ପୋଲ ଭାଙ୍ଗି ଯାଇଛି।

ବ୍ରିଜ ଭାଙ୍ଗିଯିବାରୁ ୫ଟି ପଞ୍ଚାୟତର ଲୋକ ପ୍ରଭାବିତ ହୋଇଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ୫ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ।

୨୦୧୭ରେ ଏଠାରେ ଥିବା ସ୍ଥାୟୀ ପୋଲ ଭାଙ୍ଗିଯାଇଥିଲା। ଏହାପରେ ପ୍ରଶାସନ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲା। ଲଗାଣ ବର୍ଷା ଓ ବନ୍ୟାପାଣିରେ ଏବେ ଏହି ଅସ୍ଥାୟୀ ପୋଲବି ଧୋଇ ହୋଇଯାଇଛି।

Comment