ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରିର ସ୍ଥିତି ୩ଦିନ ପରେ ପରିସ୍ଥିତିରେ ସାମନ୍ୟ ସୁଧାର ଆସିଛି। ଲଗାଣ ବର୍ଷାରୁ କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିଲା। ଫଳରେ ଯାତାୟତ ଠପ୍ ହୋଇଥିଲା। ଆଜି ଏଠାରେ ପୋଲ ତଳକୁ ପାଣି ଖସିଛି। ଫଳରେ ଯାନ ବାହାନ ଚଳାଚଳ ଆରମ୍ଭ ହୋଇଛି।

କାଲିମେଳା, ମାଥିଲି ଓ କୋରୁକୋଣ୍ଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଝାଟି ମାଟି ଘର ଭାଙ୍ଗି ଯାଇଛି। ଶହ ଶହ ହେକ୍ଟର ଧାନ ଫସଲ ଜଳ ମଗ୍ନ ହୋଇଛି। ପରିସ୍ଥିତି ଉପରେ ନଜର ରଖିବା ଲାଗି ସମସ୍ତ ବିଡିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।

Comment