ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ୫ ଡ୍ୟାନ୍ସବାର୍‌କୁ ଗ୍ରୀନ ସିଗ୍‌ନାଲ ଦେଲେ ଓଡ଼ିଶା ହାଇକୋର୍ଟ। ୫ ଡ୍ୟାନ୍ସ ବାର୍‌ ସେମାନଙ୍କ ବ୍ୟବସାୟ ଚାଲୁ ରଖିବାକୁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟ ଆଜି ଅବକାରୀ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କିଛିଦିନ ତଳେ କମିସନରେଟ୍ ପୋଲିସ ଭୁବନେଶ୍ୱରର ଏକାଧିକ ଡ୍ୟାନ୍ସ ବାର୍ ଉପରେ ଚଢ଼ାଉ କରିଥିଲା। ଏହି ଡ୍ୟାନ୍ସ ବାର୍‌ରେ ନିୟୋଜିତ ୯୬ ଜଣ ଝିଅଙ୍କୁ ଉଦ୍ଧାର କରିଥିଲା ପୋଲିସ। ଏସବୁ ବାର୍‌କୁ ବେଆଇନ ଦର୍ଶାଇଥିଲା କମିସନରେଟ୍ ପୋଲିସ।

ଏନେଇ ବାର୍‌ ମାଲିକ ସଂଘ ତୀବ୍ର ପ୍ରତିକ୍ରିୟ ପ୍ରକାଶ କରିଥିଲେ। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ମାଲିକ ସଂଘ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ବିଚାର କରି ୫ଟି ଡ୍ୟାନ୍ସ ବାର୍‌କୁ ସେମାନଙ୍କ ବ୍ୟବସାୟ ଚାଲୁ ରଖିବା ପାଇଁ ଅନୁମତି ଦେବାକୁ ଅବକାରୀ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିହାର ଏବଂ ଓଡ଼ିଶା ଅବକାରୀ ନିୟମ ୧୯୧୫ର ଧାରା ୨୫ ଅନୁଯାୟୀ ଯଦି ରାଜ୍ୟ ସରକାର କୌଣସି ବାର୍‌କୁ ଡ୍ୟାନ୍ସବାର୍ ଲାଇସେନ୍ସ ଦେଇ ନାହାନ୍ତି ତାହାଲେ ସେଠରେ ଝିଅମାନଙ୍କୁ ନିୟୋଜିତ କରାଯାଇ ପାରିବ ନାହିଁ ବୋଲି ଦର୍ଶାଯାଇଛି।

Comment