ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଲିସ ଅଫିସର୍ସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ର ନିଲମ୍ବିତ ହୋଇଛନ୍ତି। ଗଣମାଧ୍ୟମରେ ପୋଲିସ ପାଇଁ ସୁରକ୍ଷା ଦାବି କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି।

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧିକାରୀଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣର ପ୍ରତିବାଦ କରି ଏକ ସମ୍ବାଦିକ ସମ୍ମିଳନୀ କରି ପୋଲିସମାନଙ୍କ ସୁରକ୍ଷା ଦାବି କରିଥିଲେ ସତ୍ୟଜିତ ମିଶ୍ର। ଡାକ୍ତରଙ୍କ ସୁରକ୍ଷା ପରି ପୋଲିସମାନଙ୍କୁ ସୁରକ୍ଷା କରାଯାଉ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଥିଲା।

ଜଣେ ପୋଲିସ ଅଧିକାରୀଙ୍କ ଏଭଳି  ଦାବିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ପରିଣାମ ସ୍ବରୂପ ତାଙ୍କୁ ନିଲମ୍ବନ କରାଯାଇଥିଲା।

Comment