ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ସ୍ମାର୍ଟ ଫୋନ୍ ହଜି ଯାଇଥିଲେ ବା ଚୋରି ହୋଇଯାଇଥିଲେ କେମିତି ଜାଣିବେ ନିଜ ଫୋନ୍‌ର ଲୋକେସନ୍।

ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନରେ ସ୍ମାର୍ଟ ଫୋନ୍‌ର ଆବଶ୍ୟକ ରହିଛି। ବର୍ତ୍ତମାନ ଦେଶରେ ୪୫ କୋଟିରୁ ଅଧିକ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି।

ବେଳେ ବେଳେ ସ୍ମାର୍ଟଫୋନ୍ ସାଇଲେଣ୍ଟ ମୋଡରେ ଥାଏ ଏବଂ ଏହା ଘରର କୌଣସି ସ୍ଥାନରେ ରଖି ଦେଇଥାଉ। ପରେ ଏହାକୁ ଏଣେତେଣେ ଖୋଜୁଥାଉ। ଏବଂ ଫୋନ୍‌ଟି ମିଳି ନଥାଏ। ବେଳେବେଳେ ଫୋନ୍ କେଉଁଠି ପଡ଼ି ଯାଇଥାଏ ଅଥବା ଚୋରି ହୋଇଥାଏ। ସେ ସମୟରେ ଫୋନ୍‌ରେ ଥିବା ଡାଟା ଏବଂ ନମ୍ବରକୁ ନେଇ ବହୁତ ଚିନ୍ତିତ ହୋଇ ପଡ଼ିଥାନ୍ତି।

କିନ୍ତୁ ବର୍ତ୍ତମାନ ଗୁଗୁଲ ପାଖରେ ଏହାର ସମାଧାନ ଅଛି। ଏ ପରିସ୍ଥିତି ଦେଖାଦେଲେ ଆପଣ ଫୋନର ଲୋକେସନ୍ ଜାଣି ପାରିବେ। ଏଥିପାଇଁ ଆପଣ ଫୋନ୍‌ର ଜିପିଏସ୍, ଡାଟା ଏବଂ ଆପଣଙ୍କର ଗୁଗୁଲ ଆକାଉଣ୍ଟ ଆକ୍ଟିଭ୍ ରହିବା ଦରକାର।

କେମିତି ପାଇବେ ନିଜ ଫୋନ୍‌ର ଲୋକେସନ୍

  • ପ୍ରଥମେ ଡେସ୍କଟପ୍‌ ବା କମ୍ପ୍ୟୁଟର ସିଷ୍ଟମ ଖୋଲି ଜିମେଲ ଲଗ୍‌ଇନ କରନ୍ତୁ। ଲଗ୍ଇନ୍ କରିବା ପରେ ହୋମନେଜ୍‌ କ୍ଲିକ୍ କରିବେ।
  • ଗୁଗୁଲ ଆକାଉଣ୍ଟକୁ ଯାଇ ସିକ୍ୟୁରିଟି ଅପସନ୍‌କୁ ସିଲେକ୍ଟ କରନ୍ତୁ।
  • ସିକ୍ୟୁରିଟି ଅପସନ୍‌ର ତଳକୁ ତଳକୁ ଯିବେ ଦେଖିବେ ‘‘Find a Lost or Stolen Phone’’ ର ଅପ୍‌ସନ୍‌ ଥିବ। ତା’କୁ କ୍ଲିକ୍ କରନ୍ତୁ।
  • ଏହି ଅପ୍‌ସନ୍‌ କ୍ଲିକ୍ ପରେ ଆଉଥରେ ଜିମେଲ ପାସଓ୍ୱାର୍ଡ ଦେବେ। ଏହାପରେ ଆପଣଙ୍କ GPS ଖୋଲିଯିବ।
  • ଯଦି ଫୋନ୍ ପାଖାପାଖି ଥିବ, ତେବେ GPSରେ ଗ୍ରିନ୍ ସିଗ୍‌ନାଲ ଦେଖେଇବ। ଏହାସହ ଫୋନ୍‌ର ଲୋକେସନ୍ ଦେଖାଇବ।
  • ଯଦି ପ୍ଲେ ସାଉଣ୍ଡରେ କ୍ଲିକ୍ କରିବେ, ୫ମିନିଟ୍ ଯାଏଁ ଗୁଗୁଲ୍ ଆପଣଙ୍କ ଫୋନ୍‌ରେ ରିଙ୍ଗ୍ କରାଇବ।
  • ଦ୍ଵିତୀୟ ଅପ୍‌ସନ୍ ଡାଟା ସିକ୍ୟୁର କରିବା ପାଇଁ ରହିଛି। ଏହି ଅପ୍‌ସନ୍‌ କ୍ଲିକ୍ କଲେ ଆପଣଙ୍କ ଫୋନ୍ ଲକ୍ ହୋଇଯିବ। ଏହାପରେ ଗୁଗୁଲ ଆକାଉଣ୍ଟ ସାଇନ୍ ଆଉଟ୍ ବା ଲଗ୍ ଆଉଟ୍ କରିଦେବ। ଏହା ଫଳରେ ଆପଣଙ୍କ ଫୋନ୍‌ରେ ଥିବା ଡାଟାର କେହି ଅପବ୍ୟବହାର କରିପାରିବେ ନାହିଁ।
  • ଯଦି ଆପଣଙ୍କ ଫୋନ୍ ମିଳୁନାହିଁ, ତେବେ ଡାଟା ସମ୍ପୂର୍ଣ୍ଣ ଭାବେ ଉଡ଼ାଇ ଦେବାର ବି ଅପସନ୍ ଅଛି। ଡାଟା ଡିଲିଟ୍ ହେବା ପରେ ଆପଣ ଲୋକେସନ୍ ବିଷୟରେ ଜାଣି ପାରିବେ ନାହିଁ।

Comment