ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର କମିସନରେଟ ପୋଲିସର ପୁଣିଥରେ ଏନ୍‌କାଉଣ୍ଟର। ରବିବାର ରାତିରେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଆଉ ଏକ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ। ଏହି ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ରବି ରାଓ ଆହତ ହୋଇଛି।

ପୋଲିସ୍‌ର ଏନ୍‌କାଉଣ୍ଟରରେ ରବିର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରାଧୀ ରବି ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ପୁଲିସ ଏନ୍‌କାଉଣ୍ଟରସ୍ଥଳରୁ ଏକ କାର୍‌ ସହ ବୋମା ଓ ବହୁ ମାରଣାସ୍ତ୍ର ଜବତ କରିଛି। ଗତ ୨ ଦିନ ମଧ୍ୟରେ ଏହା ଥିଲା କମିସନରେଟ ପୋଲିସ୍‌ର ପଞ୍ଚମ ଏନକାଉଣ୍ଟର।

LEAVE A REPLY

Please enter your comment!
Please enter your name here