ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ବିଭିନ୍ନ ଶୈବପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ। ଏହି ଭାବନା ନେଇ ଲକ୍ଷ ଲକ୍ଷ ଭକ୍ତ ଶିବ ଭକ୍ତ ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି।

‘ହରହର ମହାଦେବ’, ବୋଲବମ୍, ଜଟିଆ ବାବା ପାର୍ କରେଗା ଭଳି ନାରା ଲଗାଇ ଶିବ ମନ୍ଦିରରେ ଭିଡ଼ ଲଗାଇଛନ୍ତି କାଉଡ଼ିଆ। ପ୍ରଥମ ଓ ଦ୍ୱିତୀୟ ପାଳି ସୋମବାର ଅପେକ୍ଷା ତୃତୀୟ ପାଳି ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ସମାଗମ ଅଧିକ ରହିବା ଦେଖା ଦେଇଛି।

ଭୁବନେଶ୍ୱର ଶିବ ମନ୍ଦିର, କଟକ ଧବଳେଶ୍ଵର, ଭଦ୍ରକ ଆଖଣ୍ଡଳମଣୀ, ପୁରୀର ଲୋକନାଥ ପୀଠରେ କାଉଡ଼ିଆମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ବିଭିନ୍ନ ରାଜ୍ୟରେ କାଉଡ଼ିଆ ଶିବ ମନ୍ଦିରରେ ପାଣି ଢାଳି ପୂଜା ଅର୍ଚ୍ଚନା କରିଛନ୍ତି।

Comment