ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଟିକିଆ ଟି-୨୦ ସିରିଜରେ ଭାରତ ଦୁଇଟିରେ ବିଜୟୀ ହୋଇ ସିରିଜ ଅକ୍ତିଆରେ କରିଛି। ରବିବାର ଦ୍ଵିତୀୟ ଟି-୨୦ ସିରିଜରେ ଡିଏଲ୍ ନିୟମରେ ୨୨ରନ ବିଜୟୀ ହୋଇଛି। ଫଳରେ ଭାରତ ୨-୦ ସିରିଜରେ ଆଗୁଆ ରହିଛି।

ଆମେରିକାର ଫ୍ଲୋରିଡାରେ ଖେଳାଯାଇଥିବା ଏହି ଦ୍ଵିତୀୟ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ଓ୍ଵେଷ୍ଟଇଣ୍ଡିଜକୁ ୧୬୮ରନର ଟାର୍ଗେଟ ଦେଇଥିଲା। ତେବେ ଏହି ଟାର୍ଗେଟକୁ ପିଛା କରିୁଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ୮ରନରେ ୨ ଓ୍ଵିକେଟ ହରାଇଥିଲା। ହେଲେ ରୋଭମନ ପାଓ୍ଵେଲ ୫୪ରନର ଅର୍ଦ୍ଧଶତକ କରି ଦଳକୁ ବିଜୟ ଆଡ଼କୁ ନେଇଯାଇଥିଲେ।

୧୫ ଓଭରରେ ଦଳ ୯୮ ରନ କରିଥିବା ବେଳେ ବର୍ଷା ହୋଇଥିଲା। ପୁଣି ମ୍ୟାଚ ଆରମ୍ଭ ହେଲା ବେଳକୁ ୪ ଓଭରରେ ଓ୍ଵେଷ୍ଟଇଣ୍ଡିଜକୁ ୧୨୦ ରନ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ଫଳରେ ଭାରତ୨୨ରନରେ ବିଜୟୀ ହୋଇଥିଲା।

ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ଦମଦାର ପ୍ରଦର୍ଶନ କରିଥିଲେ। ସେ ୬ ଚୌକା ଓ ୩ ଛକା ବଳରେ ୬୭ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ  ୨୮ ରନ, ଶିଖର ଧଓ୍ଵନ ୨୩ ଓ କୃନାଲ ପାଣ୍ଡ୍ୟା ୨୦ ରନ କରିଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ କୃନାଲ ପାଣ୍ଡ୍ୟା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Comment