ଓଡ଼ିଶାଲାଇଭ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ୨୨ଟି ପ୍ରକଳ୍ପର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ୧୦ଟି ସ୍ଥାନରେ ୨୨ଟି ଭିତ୍ତିପ୍ରସ୍ଥର ସ୍ଥାପନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ। ୪ହଜାର ୪୬୧ କୋଟି ବିନିଯୋଗରେ ଏହି ପ୍ରକଳ୍ପ କରାଯିବ। ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୯ହଜାର ୨୩୦ ଜଣ ଲୋକ ନିଯୁକ୍ତି ପାଇପାରିବେ।

ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏହି ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ। ଉଦଘାଟନ କରିଥିବା କମ୍ପାନି ଗୁଡ଼ିକ ମଧ୍ୟରେ ଦିନ୍ଦାଲକୋ, ଜେକେ ଲକ୍ଷ୍ମୀ ସିମେଣ୍ଟ, ଜେଏସ ସିମେଣ୍ଟ, ଶ୍ୟାମ ମେଟାଲିକ୍, ଏନରଜି ଲିମିଟେଡ୍ ଓ ଜୟ ଭାରତ ସ୍ପାଇସ ପ୍ରାଇଭେଟ ଲିମିଟେଡ ସାମିଲ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବରୁ ୬ଟି ପର୍ଯ୍ୟାୟରେ ୧୨୦ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଯେଉଁଥିରେ ୯୨ହଜାର ୬୮୭ କୋଟି ଟଙ୍କା ବିନିଯୋଗ ହୋଇଥିଲା ଓ ଏଥିରେ ୧ଲକ୍ଷ ୨୦ହଜାର ନିଯୁକ୍ତି ଯୋଜନା ରହିଥିଲା।

Comment