ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦୁଇ ନେତାଙ୍କ ମଧ୍ୟରେ କରୋନାକୁ ନେଇ କିଛି ସମୟ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏହି ଆଲୋଚନାରେ ରଥଯାତ୍ରା ଆୟୋଜନ ମୁଖ୍ୟ ପ୍ରସଙ୍ଗ ହୋଇଛି। ଆଗକୁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ହେବାକୁ ଅଛି। ତେବେ ସାରା ବିଶ୍ୱ ଏବେ କରୋନା ସହ ଯୁଦ୍ଧ ଲଢୁଛି। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିରର ଏହି ମହାନ ପରମ୍ପରାକୁ କିଭଳି ଆୟୋଜନ କରାଯିବ ସେନେଇ ନବୀନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।corona

ଅନ୍ୟପଟେ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସୁଛି। ଭିଡିଓ କନଫରେନ୍ସି ଜରିଆରେ ବସିବାକୁ ଥିବା ଏହି ବୈଠକରେ ରଥଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି କରାଯିବ। କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ଓ ଚନ୍ଦନଯାତ୍ରା କିଭଳି ଆୟୋଜନ ସେନେଇ ଆଜି ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯିବ।

Comment