ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସେବା ଭବନରେ କରୋନା ପ୍ରବେଶ କରିଛି। ଏହି ମହାମାରୀ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କୁ ଆକ୍ରାନ୍ତ କରିଛି। ଫଳରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ୧୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୭୩ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୨୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ସାରା ରାଜ୍ୟରେ କରୋନା କାୟା ମେଲାଇ ଚାଲିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କରୋନା ଯୋଦ୍ଧା ଏହି ମହାମାରୀ କବଳରୁ ବର୍ତ୍ତି ପାରୁ ନାହାନ୍ତି। ବର୍ତ୍ତମାନସୁଦ୍ଧା ୨୫ ଜଣ କରୋନା ଯୋଦ୍ଧା ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

Comment